ତେଲକୋଇ: ହାତୀ ଆକ୍ରମଣରେ ମହିଳା ମୃତ। କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବନବିହାରୀପୁର ଗାଁ କାଜୁ ବଗିଚାରେ ଘଟିଛି ଏହି ଘଟଣା। କାଜୁ ବଗିଚା ଦେଇ ଘରକୁ ଫେରୁଥିବା ବେଳେ ହାତୀ ହାବୁଡ଼ରେ ପଡି ଯାଇଥିଲେ ମହିଳା । ଗତକାଲି ସଂଧ୍ୟା ୫ଟା ସମୟରେ ଘଟିଛି ଘଟଣା।
ମୃତକ ହେଲେ ଖୁଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ କୁଲାଡେରା ଗାଁର ଜହ୍ନି ଦେହୁରୀ। ବୟସ ୭୦ ବର୍ଷ। ସ୍ବାମୀ ସ୍ବର୍ଗତ ଭଦ୍ର ଦେହୁରୀ । ଜହ୍ନି ଦେହୁରୀ ବିଳାସ ଦେହୁରୀଙ୍କ ସହିତ ଘରକୁ ଫେରିବା ବେଳେ ହାତୀ ଆକ୍ରମଣ କରିଥିଲା। ବିଳାସ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇଥିବା ବେଳେ, ଦିବ୍ୟାଙ୍ଗ ଜହ୍ନି ଦୌଡ଼ି ନ ପାରି ହାତୀ ହାବୁଡରେ ପଡ଼ି ଯାଇଥିଲେ। ଫଳରେ ହାତୀ ତାଙ୍କୁ ଦଳି ଦେଇଥିଲା। ଆଜି ସକାଳେ ଏହା ଜଣାପଡିଛି। ଆଜି ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Untitled-21.png)