ଘର ଭାଙ୍ଗି ଧାନଚାଉଳ ଖାଇଗଲେ ୧୨ ଟିକିଆ ହାତୀପଲ: ଲୋକେ ଆତଙ୍କିତ

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି। ଗତକାଲି ବିଳମ୍ବିତ ରାତିରେ ପଡାଙ୍ଗ ପଞ୍ଚାୟତ ନିପିଣ୍ଡା ଗ୍ରାମରେ ୧୨ଟିକିଆ ହାତୀପଲ ପଶି ବସନ୍ତ ମାଝୀ, ଚୈତନ୍ୟ ମାଝୀଙ୍କ ୩ ବଖରା ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଇଛନ୍ତି। ଘର ଭିତରେ ପ୍ରମିଳା ମାଝୀ ଓ ତାଙ୍କ ଅଢେଇ ବର୍ଷର ଶିଶୁପୁତ୍ର ଥିଲେ। ହାତୀ ଘର ଭାଙ୍ଗୁଥିବା ଜାଣି ଜୀବନ ବଞ୍ଚାଇବାକୁ କୌଶଳ କରି ପଡୋଶୀ ଘରକୁ ଚାଲି ଯାଇଥିଲେ।

ଦୀର୍ଘ ୩ ଘଣ୍ଟା ଉତ୍ପାତ ସମୟ ହାତୀ ଉତ୍ପାତ ପରେ କଳାପାଟ ସଂରକ୍ଷିତ ଜଙ୍ଗଲକୁ ପଳାଇଥିଲେ। ସେହିଭଳି ରାଙ୍କି ଗ୍ରାମର ଗୋଲଖ ନାଏକଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇଛନ୍ତି। ଅନ୍ୟମାନଙ୍କ ବାଡ଼ିରେ ପଶି କଦଳୀ ଓ ନଡିଆ ଗଛ ନଷ୍ଟ କରିଦେଇଛନ୍ତି। ତେଲକୋଇ ଅଞ୍ଚଳରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗି ରହିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।

ସମ୍ବନ୍ଧିତ ଖବର