ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଯନ୍ତ୍ରୀ

କେନ୍ଦୁଝର: ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କେନ୍ଦୁଝର ଉଠାଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବାଶିଷ ମହାନ୍ତି ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜୁ କୃଷକ କଲ୍ୟାଣ ଯୋଜନାରେ ପାଟଣା ବ୍ଲକ ଏରେଣ୍ଡେଇ ଗ୍ରାମର ରଂଜତି ମହାନ୍ତଙ୍କର ଗତ ଏପ୍ରିଲ ମାସରେ ଏକ ଗଭୀର ନଳକୂପ ଖୋଳା ଯାଇଥିଲା। ଏହି ନଳକୂପକୁ ବିଦ୍ୟୁତ୍‌ ସଂଯୋଗ, ପାଣିପମ୍ପ, ପାଇପ୍‌ ଲଗାଇବା ଆଦି ଆନୁସଙ୍ଗିକ କାର୍ଯ୍ୟ ପାଇଁ କନିଷ୍ଠ ଯନ୍ତ୍ରୀ ଶ୍ରୀ ମହାନ୍ତି ହିତାଧିକାରୀଙ୍କୁ ୪୦ ହଜାର ଟଙ୍କା ମାଗିଥିଲେ। ଏ ନେଇ ଶ୍ରୀ ମହାନ୍ତ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଆଜି କନିଷ୍ଠ ଯନ୍ତ୍ରୀ ତାଙ୍କ କାର୍ଯ୍ୟାଳୟରେ ଶ୍ରୀ ମହାନ୍ତଙ୍କଠାରୁ ୩୦ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

ସମ୍ବନ୍ଧିତ ଖବର