କୋଦଗାଡ଼ିଆ ଉଚ୍ଚ ବିଦ୍ୟାଳୟରେ ଅଗ୍ନିକାଣ୍ଡ; କମ୍ପ୍ୟୁଟର୍‌, ଟିଭି, ଛାତ୍ରଛାତ୍ରୀଙ୍କ ଆସବାପତ୍ର ପୋଡ଼ି ପାଉଁଶ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ କୋଦଗାଡ଼ିଆ ଉଚ୍ଚ ବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଜିଲ୍ଲା ଖଣିଜ ପାଣ୍ଠି ବ୍ୟୟରେ ତିଆରି ଚାଲିଥିବା କମ୍ପ୍ୟୁଟର ଘରେ ସର୍ଟସର୍କିଟ ହୋଇ ସମସ୍ତ କମ୍ପ୍ୟୁଟର୍, ଟିଭି , ଛାତ୍ରଛାତ୍ରୀଙ୍କ ଆସବାପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଚମ୍ପୁଆ ଉପଖଣ୍ଡ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲେ ହେଁ, ଅଗ୍ନିଶମ ଗାଡ଼ିରେ ଆବଶ୍ୟକତା ଅନୁସାରେ ପାଣି ଗଛିତ ନଥିବା ଓ ପମ୍ପ କାର୍ଯ୍ୟକରୁନଥିବାରୁ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇନଥିଲା।

ସ୍ଥାନୀୟ ଗ୍ରାମବାସୀମାନେ ନିଆଁକୁ ଆୟତ୍ତ କରିବାକୁ ବହୁ ଉଦ୍ୟମ କରୁଥିଲେ ବି ବିଫଳ ହୋଇଥିଲେ। ପରେ ନିକଟସ୍ଥ ବିଲେଇପଦା ଅଗ୍ନିଶମ ବିଭାଗର ଗାଡି ପହଂଚିବା ବେଳକୁ ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ୫୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଯାଇଥିବା ଆକଳନ କରାଯାଇଛି। ତେବେ ଅଗ୍ନିଶମ ବିଭାଗର ଖାମଖିଆଲି ଯୋଗୁ ଅଗ୍ନିକାଣ୍ଡକୁ ଆୟତ୍ତ କରିବା ସମ୍ଭବ ହୋଇନଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର