ତେଲକୋଇ: ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀର ବହୁ ପ୍ରତୀକ୍ଷିତ ତେଲକୋଇ-ବିମଳା ପୂର୍ତ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି। ଓଡ଼ିଶା ସରକାରଙ୍କ ନିଜସ୍ବ ପାଣ୍ଠିରୁ ୩୯ କୋଟି ୨୧ ଲକ୍ଷ ୪୨ ହଜାର ଟଙ୍କା ବ୍ୟୟ ଅଟକଳରେ ୧୮ କିମି ୮୦୦ ମିଟରର ଏହି କାମ କରାଯିବ। ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶିଳାନ୍ୟାସ କରିଛନ୍ତି। ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକ ଯୋଗ ଦେଇଥିଲେ।
ଏହି ରାସ୍ତା ତେଲକୋଇ ଅଞ୍ଚଳର ଜୀବନ ରେଖା। ଏହା ନିର୍ମାଣ ହେଲେ କଟକ ଓ ଭୁବନେଶ୍ବରକୁ ଗମନାଗମନ ସୁବିଧା ହେବ। ଏଥିଲାଗି ବହୁ ବର୍ଷ ଧରି ସ୍ଥାନୀୟ ଅଞ୍ଚଳବାସୀ ଦାବି କରି ଆସୁଥିଲେ। ଆଜି ସେମାନଙ୍କ ଦାବି ପୂରଣ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/a0dc3535-b1f0-4c47-ab5d-4ec5c38827f2.jpg)