ଆନନ୍ଦପୁର : ଆନନ୍ଦପୁର ସୀମାନ୍ତ ଗୋଡ଼ଭଙ୍ଗା ଘାଟିରେ ପୁଣି ଦୁର୍ଘଟଣା ହୋଇଛି । ଆଜି ଦିନ ସାଢେ୨ଟାବେଳେ ଏକ ହାଇୱା ସହିତ ଗ୍ୟାସ ବୋଝେଇ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଏକ ଅଟୋରେ ଗ୍ୟାସ ସିଲିଣ୍ତର ନେଇ ଆନନ୍ଦପୁର ଥାନା ଗୟଳମୁଣ୍ତା ଅଭିମୁଖେ ଯାଉଥିବାବେଳେ ସମ୍ମୁଖରୁ ଆସୁଥିବା ଏକ ହାଇୱା ଧକ୍କା ଦେଇଥିଲା। ଅଟୋ ଚାଳକ ଗୟଳମୁଣ୍ତାର ପ୍ରମୋଦ ମହାନ୍ତ(୩୦) ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସାପାଇଁ ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି। ମହୁଲଡ଼ିହା ପୁଲିସ୍ ଘଟଣାର ତଦନ୍ତ କରୁଛି।
ଗୋଡ଼ଭଙ୍ଗା ଘାଟିରେ ଓଲଟିଲା ଗ୍ୟାସ୍ ବୋଝେଇ ଅଟୋ
/sambad/media/post_attachments/wp-content/uploads/2020/11/WhatsApp-Image-2020-11-26-at-22.22.14.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)