ଚମ୍ପୁଆ : ନିଜର ୩ ବର୍ଷର ଶିଶୁପୁତ୍ରକୁ ଭୂଇଁରେ କଚାଡ଼ି ମାରିଥିବା ପିତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଚମ୍ପୁଆର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦୋଳଗୋବିନ୍ଦ ବାରିକ ମାମଲାର ବିଚାରକରି ଆଜି ଏହି ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ବାପା ହେଉଛି ଶଙ୍କର କରୁଆ। ଆଜୀବନ କାରାଦଣ୍ଡ ସହିତ ତାକୁ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଯୋଡ଼ା ଥାନା ଆଜାଦ୍ ବସ୍ତିର ଶଙ୍କର କାରୁଆ ଗତ ୨୦୧୬ ଜୁଲାଇ ୩୦ ତାରିଖରେ ନିଜର ୩ ବର୍ଷର ପୁଅ ଅନାମ କାରୁଆକୁ ଭୂଇଁରେ କଚାଡ଼ି ହତ୍ୟା କରିଥିଲା। ପତିପତ୍ନୀଙ୍କ ଝଗଡ଼ାରେ ଶିଶୁପୁତ୍ରଟି ବଳିପଡ଼ିଯାଇଥିଲା। ଶଙ୍କର ଉତ୍କ୍ଷିପ୍ତ ହୋଇ ପୁଅକୁ ତଳେ କଚାଡ଼ି ଦେଇଥିଲା। ଶଙ୍କର କାରୁଆର ପତ୍ନୀଙ୍କ ଏତଲାକ୍ରମେ ଯୋଡ଼ା ଥାନାରେ ୧୧୦/୩୦/୭/୨୦୧୬ ରେ ଏକ ମାମଲା ରୁଜୁ ହୋଇଥିଲା। ପରେ ଶଙ୍କରକୁ ଗିରଫ କରି ଯୋଡ଼ା ପୁଲିସ କୋର୍ଟଚାଲାଣ କରିଥିଲା। ଆଜି କେଶ୍ ନମ୍ବର ୪/୨୦୧୭ ରେ ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ବିଚାରପତି ଏହି ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ସରକାରୀ ଓକିଲ ମଧୁସୂଦନ୍ ପତି ମାମଲା ପରିଚାଳନା କରୁଥିଲେ।
ଶିଶୁପୁତ୍ରହନ୍ତା ପିତାକୁ ଆଜୀବନ କାରାଦଣ୍ଡ
/sambad/media/post_attachments/wp-content/uploads/2019/02/jail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)