ଶଙ୍କିରୀ: କେନ୍ଦୁଝର ସଦର ବ୍ଲକ ଶଙ୍କିରୀ ଗ୍ରାମର ଦିବ୍ୟାଙ୍ଗ ଯୁବକ ନାଗେନ ମୁଣ୍ତା(୨୫)ଙ୍କ ଶରୀର ଦିନକୁ ଦିନ କ୍ଷୀଣ ହୋଇଯାଉଛି। ଛାତିରେ ଯନ୍ତ୍ରଣା ଯୋଗୁଁ ଛଟପଟ ହେଉଛନ୍ତି। ବାପା ସମ୍ବରା ମୁଣ୍ତାଙ୍କ କହିବା ଅନୁସାରେ ପୋଲିଓ ଆକ୍ରାନ୍ତ ନାଗେନ ଠିକ୍‌ରେ ଚାଲିପାରୁ ନାହାନ୍ତି। ପାଖରେ ସମ୍ବଳ ନଥିବାରୁ ସେ ପୁଅକୁ ଚିକିତ୍ସା କରାଇ ପାରୁନାହାନ୍ତି। ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମଙ୍କୁ ସହାୟତା ଦିଆଯାଉଥିବା ଜାଣି ସେ ପଞ୍ଚାୟତ ଓ ବ୍ଲକରେ ଆବେଦନ କରିଥିଲେ। ନିଗେନଙ୍କୁ ଭିନ୍ନକ୍ଷମ ଭତ୍ତା ମିଳିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। ଏବେ ସେ ଚଲାବୁଲା କରିପାରୁ ନାହାନ୍ତି। ଛାତିରେ ଅସହ୍ୟ ଯନ୍ତ୍ରଣା ହେଉଛି। ଭାଗ୍ୟକୁ ଆଦରି ଘରେ ପଡ଼ିରହିଛିନ୍ତି ନାଗେନ। ତେଣୁ ପ୍ରଶାସନ ନାଗେନଙ୍କୁ ଚିକିତ୍ସା ସହାୟତା ଓ ଭତ୍ତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।