ବସ୍‌ରେ ଦୁଷ୍କର୍ମ ଉଦ୍ୟମ : କଣ୍ଡକ୍ଟର କଲା ଅଶାଳୀନ ବ୍ୟବହାର

କେନ୍ଦୁଝର : କେନ୍ଦୁଝରରୁ ଭୁବନେଶ୍ୱର ଯାତାୟାତ କରୁଥିବା ‘ଆଲଭିନା’ ନାମକ ଏକ ବସରେ ହୋଇଛି ଦୁଷ୍କର୍ମ ଉଦ୍ୟମ। ଏନେଇ କେନ୍ଦୁଝର ଟାଉନ ଥାନାରେ ରାତି ୯ଟାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଆଜି ଅପରାହ୍‌ଣରେ ଭୁବନେଶ୍ୱରରୁ କେନ୍ଦୁଝର ଅଭିମୁଖେ ଆସିବା ପାଇଁ ଆଲଭିନା(ନଂ-ଓଡ଼ି୧୧ଏ ୪୪୪୪) ବରମୁଣ୍ଡା ବସଷ୍ଟାଣ୍ଡରେ ଠିଆ ହୋଇଥିଲା। ସେଠାରେ କେନ୍ଦୁଝର ସହର ଉପକଣ୍ଠ ଡିମ୍ବୋ ଗ୍ରାମର ଜଣେ ଯୁବତୀ କେନ୍ଦୁଝର ଆସିବା ପାଇଁ ଟିକେଟ କରି ବସରେ ଉଠିଥିଲେ। ବସ୍‌ରେ ସେତେବେଳେ କୌଣସି ଯାତ୍ରୀ ନ ଥିବାର ସୁଯୋଗ ନେଇ ବସ୍‌ର କଣ୍ଡକ୍ଟର ତାଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲା। ସେ ଚିତ୍କାର କରିବାରୁ ଛାଡ଼ିଦେବା ସହିତ ଟିକେଟ ଫେରାଇ ପଳାଇ ଯିବାକୁ କହିଥିଲା। ଏତିକି ବେଳେ କିଛି ଯାତ୍ରୀ ଆସିଯିବାରୁ ସେ ଚୁପ୍‌ ହୋଇ ଯାଇଥିଲା। ଏହାପରେ ବସ କେନ୍ଦୁଝର ଆସିଥିଲା। ପୀଡ଼ିତା ଓହ୍ଲାଇବା ସ୍ଥାନ କେନ୍ଦୁଝର ହୋଇଥିଲା ବେଳେ ତାଙ୍କୁ ପୂର୍ବ ଷ୍ଟପେଜ୍‌ରେ ଜବରଦସ୍ତ ଓହ୍ଲାଇ ଦିଆଯାଇଥିଲା। ଏହାପରେ ସେ ନିଜ ଘର ଲୋକଙ୍କ ସହାୟତାରେ କେନ୍ଦୁଝର ଟାଉନ ଥାନା ଆସି ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର