ଘଟଗାଁ: ୨୦୨୩ର ଗତକାଲି ଥିଲା ଶେଷଦିନ। ମା’ ତାରିଣୀଙ୍କ ଦର୍ଶନ ସହ ଭୋଜିଭାତ କରି ନୂତନବର୍ଷକୁ ସ୍ବାଗତ ଜଣାଇବା ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ଘଟଗାଁ ତାରିଣୀ ପୀଠକୁ ଆସିଥିଲେ ପର୍ଯ୍ୟଟକ। ମା’ଙ୍କ ଦର୍ଶନ ସାରି ନିକଟସ୍ଥ ଗୁଣ୍ତିଚାଘାଗି ଜଳପ୍ରପାତକୁ ବଣଭୋଜି କରିବାକୁ ଯାଇଥିଲେ। ସେଠାରେ ଅସମ୍ଭାଳ ଭିଡ଼ ହୋଇଥିଲା। ଶହଶହ ଲୋକେ ରାସ୍ତାରେ ଟ୍ରାଫିକ୍ ଜାମ୍ରେ ଫସି ହଟହଟା ହୋଇଛନ୍ତି। ଭୋଜି କରିବାକୁ ଜାଗା ନ ମିଳିବାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ନିରାଶ ହୋଇ ଫେରିଥିବା ଜଣାପଡ଼ିଛି।
ବଣଭୋଜି କରିବାପାଇଁ ଗୁଣ୍ଡିଚାଘାଗିରେ ପ୍ରାୟ ୧୦ ହଜାର ଲୋକଙ୍କ ସମାଗମ ହୋଇଥିଲା। ସ୍ଥାନାଭାବ ଯୋଗୁଁ ଗାଡ଼ିମୋଟର ପାର୍କିଂ କରିବା ସମ୍ଭବ ହୋଇନଥିଲା। ସେହିପରି ଭୋଜି କରିବାକୁ ଜାଗା ନ ମିଳିବାରୁ ଅନେକ ପର୍ଯ୍ୟଟକ ଫେରିଯିବାକୁ ଉଦ୍ୟମ କରିଥିଲେ। ମାତ୍ର ରାସ୍ତାରେ ଟ୍ରାଫିକ୍ ଜାମ ଯୋଗୁଁ ସେମାନେ ସହଜରେ ଫେରିପାରି ନଥିଲେ। ଗୁଣ୍ତିଚାଘାଗି ଜଳପ୍ରପାତଠାରୁ ବଣଚକୁଳିଆ ସ୍କୁଲ ପର୍ଯ୍ୟନ୍ତ ୩ କିମି ରାସ୍ତା ରାସ୍ତାରେ ଗାଡ଼ିମୋଟର ଜାମ୍ ହୋଇଥିଲା। ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟଟକମାନେ ଭିଡ଼ ଭିତରେ ଫସି ରହିଥିଲେ। ଉପସ୍ଥିତ ପୁଲିସ କର୍ମଚାରୀମାନେ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କେହି ବୁଝିବା ଅବସ୍ଥାରେ ନଥିଲେ। ୫୦ରୁ ଅଧିକ ବସ୍ ଓ ୨୦୦ରୁ ଅଧିକ ଛୋଟ ଗାଡ଼ି କେବଳ ଘଟଗାଁ ପାର୍ଶ୍ବରୁ ଗୁଣ୍ଡିଚାଘାଗି ଯାଇଥିଲା। ଏହାଛଡ଼ା ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକେ ମୋଟର ସାଇକଲରେ ଭୋଜି କରିବାକୁ ପହଞ୍ଚିଥିଲେ। ଏହାଛଡ଼ା ଆଜି ଗୁଣ୍ତିଚାଘାଗି ମହୋତ୍ସବ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ସମାଗମ ହେବା ସହ ବହୁ ସଂଖ୍ୟାରେ ଉଠା ଦୋକାନ ବସିଥିଲା। ଏଥିପାଇଁ ଏଠାରେ ଅସମ୍ଭାଳ ଭିଡ଼ ସାଙ୍ଗକୁ ଗୁରୁତର ଟ୍ରାଫିକ ସମସ୍ୟା ହୋଇଥିବା ପର୍ଯ୍ୟଟକମାନେ କହିଥିଲେ।
ଗୁଣ୍ଡିଚାଘାଗି ଜଳପ୍ରପାତରେ ଅସମ୍ଭାଳ ଭିଡ଼: ଫେରିଲେ ହଜାର ହଜାର ପର୍ଯ୍ୟଟକ
ଭୋଜି କରିବାକୁ ଜାଗା ମିଳିଲାନି
/sambad/media/post_attachments/wp-content/uploads/2024/01/805e1799-2739-40b4-9391-57446e323bb6.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)