ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ଓଭରବ୍ରିଜ ନିକଟରେ ଆଜି ଭୋର ସାଢେ ୫ଟା ବେଳେ ଏକ (ଓଡ଼ି-୦୪-ଏନ-୯୯୭୯)ନମ୍ବର ବିଶିଷ୍ଟ ୧୬ ଚକିଆ ଟ୍ରକ ଧକ୍କାରେ ହେଲପରଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ, ଚାଳକଙ୍କ ଆଖି ଲାଗିଯିବାରୁ ଅନ୍ୟଏକ ଟ୍ରକକୁ ଟ୍ରକ୍ ଭାରସାମ୍ୟ ହରାଇ ପିଟିଥିଲା। ଫଳରେ ହେଲାପର ବସିଥିବା ସମ୍ମୁଖ ଭାଙ୍ଗି ସେ ତଳେ ପଡ଼ିଯାଇଥିଲେ। ତାଙ୍କ ଉପରେ ଚକ ମାଡ଼ିଯିବାରୁ ଘଟଣାସ୍ଥଳରେ ସେ ମୃତ୍ୟୁବରଣ କରିଛନ୍ତି।

Advertisment

ମୃତକଙ୍କ ପରିଚୟ ମିଳିପାରି ନାହିଁ। ଯୁବକଙ୍କୁ ଗାଡ଼ି ମାଡ଼ିଯାଇଥିବାରୁ ଶରୀର ଖଣ୍ତ ବିଖଣ୍ଡିତ ହୋଇ ଯାଇଥିବା ଯୋଗୁଁ ଚିହ୍ନିବା କଷ୍ଟସାଧ୍ୟ ହେଉଛି। ଚାଳକଙ୍କ କୌଣସି କ୍ଷୟକ୍ଷତି ଘଟି ନଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପଳାସପଙ୍ଗା ଫାଣ୍ଡି ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ି ସହିତ ଶବକୁ ଜବତ କରି ତଦନ୍ତ ଚଳାଇଛି।