ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବାଉଁଶୁଳିଛକରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଗୃହରକ୍ଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦୁଝର ସଦର ଥାନା ମଇ‌ଦାନକେଲ ଗ୍ରାମର ବାସୁଦେବ ମହାନ୍ତ (୪୫)। ବାସୁଦେବ କେନ୍ଦୁଝର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ।  ସେ ଖିରେଇଟାଙ୍ଗିରି ପଟୁ ବାଉଁଶୁଳୀ ଆଡ଼କୁ ବାଇକ୍‌ରେ ଆସୁଥିଲେ। ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍‌ରେ ଆସୁଥିଲେ ମଇ‌ଦାନକେଲ ଗ୍ରାମର ଶଙ୍କର ମୁଣ୍ଡା (୨୩)। ବାଉଁଶୁଳିଛକରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

Advertisment

ଗୁରୁତର ଅବସ୍ଥାରେ ବାସୁଦେବଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ ଗାଡ଼ିରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ତୁରୁମୁଙ୍ଗା ଥାନାରେ କେସ୍‌ ନମ୍ବର ୧୨୨/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ତୁରୁମୁଙ୍ଗା ଥାନା ଅଧିକାରୀ ଇନ୍ଦ୍ରଜିତ ବେହେରା କହିଛନ୍ତି।