କୁହିକା : ସୁକିନ୍ଦା ତହସିଲ ନିଜଗଡ଼ ରାଜସ୍ବ ସର୍କଲ ଅନ୍ତର୍ଗତ ଦୁଧୁଯୋରୀ ପଞ୍ଚାୟତ ଦାମୋଦରପୁର ପାତ୍ରସାହିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୩ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ ଟାରେ ଉକ୍ତ ଗ୍ରାମର ସ୍ବର୍ଗତ ଜମ୍ବେଶ୍ୱର ପାତ୍ରଙ୍କ ପତ୍ନୀ ପ୍ରେମଲତା ପାତ୍ରଙ୍କ ଚାଳଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ଖବର ପାଇ ସୁକିନ୍ଦା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।
୩ ବଖରା ଜଳିଗଲା
/sambad/media/post_attachments/wp-content/uploads/2021/04/WhatsApp-Image-2021-04-02-at-19.52.27.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)