ମହିଳାଙ୍କୁ ତାଲା ପକାଇଦେଲେ ଘର ମାଲିକ

ଜୟପୁର : ଭଡା ଘରେ ରହିଥିବା ମହିଳାଙ୍କୁ ତାଲା ପକାଇଦେଲେ ଘର ମା‌ଲିକ। ଏକାଟିଆ ରହୁଥିବା ଜଣେ ମହିଳାଙ୍କୁ ମାଡ ମାରିବା ସହ ଅସଦାଚାରଣ କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ପାରାବେଢା ସନ୍ତୋଷୀମା ନଗରରେ ରହୁଥିବା ପୁଷ୍ପ ଭରୀମଲ ।

ପାଣି ଓ ବିଜୁଳି ବିଲକୁ କେନ୍ଦ୍ର କରି ଉଭୟ ଭଡାଟିଆ ପୁଷ୍ପା ଓ ଘର ମାଲିକ ପଞ୍ଚାନନ ଦାସଙ୍କ ମଧ୍ୟରେ ସବୁବେଳେ ତୁ ତୁ ମେମେ ଚାଲିଥିବାବେଳେ ଆଜି ଏହା ତୀବ୍ର ରୂପ ନେଇଥିଲା । ପୁଷ୍ପା ଘରେ ଏକା ରହିଥିବାବେଳେ ପଞ୍ଚାନନ ଘରକୁ ପଶି ଅଶୋଭନୀୟ ଚାରଣ କରିବା ସହ ମାଡ ମାରିଥିଲେ। ଘର ଭଡା ବାବଦ ଅର୍ଥ ପୈଠ କରିଦେଇଥିବାବେଳେ ମାଲିକ ଜଣକ ଉତ୍ତ୍ୟକ୍ତ ହୋଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପରେ ଘରେ ତାଲା ପକାଇ ଦେଇ କୁଆଡେ ଚାଲିଯାଇଥିଲେ। ପରେ ମହିଳା ଜଣକ କୌଣସି ମତେ ତାଲା ଖୋଲିଥିଲେ। ଏନେଇ ଟାଉନ ଥାନାରେ ଅଭିଯୋଗ ଦେଇଥିବା ଜଣାପଡିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହୋଇ ନ ଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର