ବଡ଼ବିଲ: ମାତ୍ର ୫ଶହ ଟଙ୍କାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା। ଶେଷରେ କ୍ରୋଧୋନ୍ମତ୍ତ ପତି ହିତାହିତ ଜ୍ଞାନ ହରାଇ କିରାସିନି ଢାଳି ପତ୍ନୀ ଦେହରେ ନିଅାଁ ଲଗାଇଦେଲା। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଗତ ମେ ମାସ ୨୯ ତାରିଖରେ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା। ଏ ଘଟଣାରେ ଫେରାର ଥିବା ଅଭିଯୁକ୍ତ ସ୍ୱାମୀ ରଂଜନ ଗାଗରାଇକୁ ବଡ଼ବିଲ ଥାନା ପୁଲିସ ଗିରଫ କରିଛି। ତା’ ନିଜ ଘର ଯୋଡା ଥାନା ଅଧୀନ ସିଲିଯୋଡ଼ାରେ, ସେ ବଡ଼ବିଲ ଥାନା କୋହ୍ଲବରପଦାଠାରେ ରହୁଥିଲା। କୋହ୍ଲବରପଦା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଥିଲା। ୫ ଶହ ଟଙ୍କାର ହିସାବ ମାଗିବାକୁ ଯାଇ ସ୍ୱାମୀ ରଂଜନ ଓ ସ୍ତ୍ରୀ ଯତିନୀ ଗାଗରାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏବଂ ରଂଜନ ଉତ୍କ୍ଷିପ୍ତ ହୋଇ ସ୍ତ୍ରୀ ଯତିନୀ ଦେହରେ କିରାସିନି ଢାଳି ନିଆଁ ଲଗାଇଦେଇ ଫେରାର ହୋଇଯାଇଥିଲା। ଫେରାର ଥିବା ରଂଜନ ଗାଗରାଇକୁ ସୁନ୍ଦରଗଡ଼ ଜିଲ୍ଲା, କୋଇଡା ଥାନା ଅଞ୍ଚଳରୁ ଗତ ୨୦ ତାରିଖ ରାତିରେ ଗିରଫ କରାଯାଇଥିବା ବଡ଼ବିଲ ଥାନା ଏସ୍ଆଇ ବୁଦ୍ଧିରାମ ସଏ ସୂଚନା ଦେଇଛନ୍ତି। ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି।
୫ ଶହ ଟଙ୍କାକୁ ନେଇ ଝଗଡ଼ାର ପରିଣତି: ସ୍ତ୍ରୀକୁ ଜିଅନ୍ତା ଜାଳିଦେଇଥିବା ସ୍ୱାମୀ ଗିରଫ
/sambad/media/post_attachments/wp-content/uploads/2018/09/Girl-Fire.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)