ସ୍ବାଧୀନ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ଯୋଡ଼ା: ଚମ୍ପୁଆ ନିର୍ବାଚନମଣ୍ତଳୀ ଅଧୀନ ଯୋଡ଼ା ପୌରପାଳିକା ଅଞ୍ଚଳରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ତ୍ରିଲୋଚନ ପଲେଇ ନିର୍ବାଚନ ପ୍ରଚାର କରିଛନ୍ତି। ଗତକାଲି ସନ୍ଧ୍ୟାରେ ବନେଇଳଳା ବସ୍ତି, ଯୋଡ଼ା ବସ୍ତି ଓ ମୁଖାର୍ଜୀ ହଟିଂରେ ଭୋଟରମାନଙ୍କୁ ଭେଟି ନିର୍ବାଚନମଣ୍ତଳୀର ବିଭିନ୍ନ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଥିଲେ। ତାଙ୍କ ପରି ଜଣେ ଦକ୍ଷ ଶିକ୍ଷିତ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ସେ ନିବେଦନ କରିଥିଲେ। ପ୍ରଚାର ସମୟରେ ଯୋଡ଼ା ପୌରପାଳିକାର ପୂର୍ବତନ କାଉନସିଲର ଦିଲୀପ ନାଏକ, ଦେଓଘରର ପୂର୍ବତନ ସରପଞ୍ଚ ଜନାର୍ଦ୍ଦନ ନାଏକ, ଶ୍ରମିକ ନେତା ଗୋପବନ୍ଧୁ ଆପଟ୍ଟଙ୍କ ସମେତ ବହୁ ସମର୍ଥକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର