ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ର ବିଭିନ୍ନ ଗ୍ରାମରେ ଧାନ ଫସଲରେ ଚକଡ଼ା ପୋକ ଲାଗିଛନ୍ତି। ଆନନ୍ଦପୁର ପୌରାଞ୍ଚଳ ଶୈଲଙ୍ଗରେ ମଧ୍ୟ ଚକଡ଼ା ପୋକ ଲାଗି ବ୍ୟାପକ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଏଠାରେ ୬୦ ପ୍ରତିଶତ ଜମିରେ ଧାନ ଫସଲ ଚକଡ଼ା ପୋକ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଧାନଗଛରୁ ଥୋଡ଼ ବାହାରିବା ବେଳକୁ ଏହା ହଳଦିଆ ରଙ୍ଗ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
କୌଣସି କୀଟନାଶକ କାମ ଦେଉନାହିଁ ବୋଲି ସ୍ଥାନୀୟ ଚାଷୀ ବେଣୁଧର ସା, ସୁବାସ ମହାନ୍ତି, ବସନ୍ତ ମହାନ୍ତି, କୃଷ୍ଣ ବିଶ୍ବାଳ, ଶଙ୍କର୍ଷଣ ବିଶ୍ବାଳ, ଆଶୁତୋଷ ପୁହାଣ, କାଳନ୍ଦୀ ବିଶ୍ବାଳ, ମଦନମୋହନ ରାଉତ, ଅକ୍ଷୟ ମୁଦୁଲି, ଅକ୍ଷୟ ସା, ରଞ୍ଜନ ପୁହାଣ ପ୍ରମୁ୍ଖ ପ୍ରକାଶ କରିଛନ୍ତି। ଚକଡ଼ା ପୋକ ଗୋଟିଏ କିଆରିରୁ ଆଉ ଗୋଟିଏ କିଆରିକୁ ମାଡ଼ି ଚାଲିଥିବା ବେଳେ କୃଷି ବିଭାଗ ଅଧିକାରୀଙ୍କ ଦେଖାଦର୍ଶନ ମିଳୁନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/e44757b2-9887-40df-8da5-57b034b85e9c.jpeg)