କେନ୍ଦୁଝର: ଯୋଡ଼ା ଥାନା ପଣସଗୋଡ଼ାରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ଜିଲ୍ଲାପାଳ ଓ ଏସ୍ପିଙ୍କୁ ଭେଟି ଆଲୋଚନା କରିଛନ୍ତି। ପୀଡ଼ିତାଙ୍କୁ କିପରି ନ୍ୟାୟ ମିଳିବ ଏବଂ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟାମାନେ ଉଭୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଗତକାଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଦୁଇ ସଦସ୍ୟା ଡ. ଗୀତାଞ୍ଜଳି ବସ୍ତିଆ ଓ ଦିବ୍ୟା ସାସ୍ୱତୀ ଯୋଡ଼ା ଗସ୍ତ କରି ଟାଟା ଷ୍ଟିଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପୀଡ଼ିତାଙ୍କୁ ଭେଟିବା ସହ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କ ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ଭେଟିଥିଲେ ଆୟୋଗର ସଦସ୍ୟାମାନେ। ପୀଡ଼ିତାଙ୍କ ଉପଯୁକ୍ତ ଚିକିତ୍ସା, ଉଚ୍ଚଶିକ୍ଷା ବ୍ୟବସ୍ଥା, ଦକ୍ଷତା ବିକାଶ ଓ ଥଇଥାନ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ଶ୍ରୀ ଠାକରେ ପୀଡ଼ିତାଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ଏସ୍ପି (ଡିଆଇଜି) ଜୟନାରାୟଣ ପଙ୍କଜଙ୍କୁ ସାକ୍ଷାତ କରି ପୀଡ଼ିତାଙ୍କୁ କିପରି ଉପଯୁକ୍ତ ନ୍ୟାୟ ମିଳିବ, ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଆଇନ ସହାୟତା କାର୍ଯ୍ୟକ୍ରମରେ କିପରି ସହାୟତା ରାଶି ମିଳିବ ସେ ସମ୍ପର୍କରେ ସଦସ୍ୟାମାନେ ଆଲୋଚନା କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଦେବାଙ୍ଗନା ବାରିକ ଆୟୋଗ ସଦସ୍ୟାଙ୍କ ସହ ପୀଡ଼ିତାଙ୍କ ଥଇଥାନ ସମ୍ପର୍କରେ ଆଲୋଚନା କରିଥିଲେ। ଶିଶୁ ମଙ୍ଗଳ ସମିତି କାର୍ଯ୍ୟାଳୟରେ କର୍ମକର୍ତ୍ତାଙ୍କ ସହ ଆଲୋଚନା ବେଳେ ଏପରି ସ୍ପର୍ଶକାତର ଘଟଣାରେ ସମିତିର ଉଦାସୀନତା ମନୋଭାବ ପାଇଁ ଆୟୋଗ ସଦସ୍ୟାମାନେ ଅସନ୍ତୋଷ ପ୍ରକାଶ କରିଥିଲେ।
ଯୋଡ଼ା ନାବାଳିକା ଗଣଦୁଷ୍କର୍ମ ଘଟଣା :ଏସ୍ପି ଓ ଜିଲ୍ଲାପାଳଙ୍କୁ ଭେଟିଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ
/sambad/media/post_attachments/wp-content/uploads/2019/06/keonj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)