ଭିଜିଲାନ୍‌ସ ଜାଲରେ ଯୋଡ଼ା ପୌରପାଳିକା ଆକାଉଣ୍ଟାଣ୍ଟ

ଯୋଡ଼ା : ଜଣେ ଠିକାଦାରଙ୍କ ବିଲ୍‌ ପାସ୍‌ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଯୋଡ଼ା ପୌରପାଳିକା କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ବିଜୟ କୁମାର ରଣା ଭିଜିଲାନ୍‌ସ ଦ୍ଵାରା ଗିରଫ ହୋଇଛନ୍ତି। କେନ୍ଦୁଝର ଭିଜିଲାନ୍‌ସ ଡିଏସ୍‌ପି ଦେବଦତ୍ତ ସେଠଙ୍କ ସୂଚନା ଅନୁଯାୟୀ, ଯୋଡ଼ା ପୌରାଞ୍ଚଳରେ ଠିକାଦାର ସରୋଜ କୁମାର ସାହୁଙ୍କର ବିଲ୍‌ ପାସ୍‌ ପାଇଁ ଆକାଉଣ୍ଟାଣ୍ଟ ଶ୍ରୀ ରଣା ୪୫୦୦ ଟଙ୍କା ଦାବି କରିଥିଲେ। ଏ ସଂପର୍କରେ ଠିକାଦାର ଶ୍ରୀ ସାହୁ ଭିଜିଲାନ୍‌ସକୁ ଜଣାଇଥିଲେ।

ସମ୍ବନ୍ଧିତ ଖବର