କେନ୍ଦୁଝର ଡବଲ୍‌ ମର୍ଡର ମାମଲାର ରାୟ : ୩ ଜଣଙ୍କୁ ଆଜୀବନ କାରାଦଣ୍ଡ, ୯ ଅଭିଯୁକ୍ତ ଖଲାସ

କେନ୍ଦୁଝର: ଦୀର୍ଘ ୬ ବର୍ଷ ଧରି ଚାଲିଥିବା ଏକ ଡବଲ୍‌ ମର୍ଡର ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ହତ୍ୟା ମାମଲାରେ ସଂପୃକ୍ତ ଥିବା ୧୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ ମୁକ୍ତ କରାଯାଇଥିବା ବେଳେ ୩ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ମୃତକ ପତି-ପତ୍ନୀ ହେଉଛନ୍ତି ରାଜେନ୍ଦ୍ର ବେହୁରୀ ଓ ଜେମାମଣି ବେହୁରୀ। ଅଭିଯୁକ୍ତମାନେ ହେଉଛନ୍ତି ଗୌତମ ପେଣ୍ଠୋଇ, ବସନ୍ତ ବେହୁରୀ, ମିଟୁ ମଲ୍ଲିକ, ପଞ୍ଚୁ ମଲ୍ଲିକ, ସୁରେଶ ମଲ୍ଲିକ, ଶୁକ୍ରୁ ମଲ୍ଲିକ, ବଳ ପେଣ୍ଠୋଇ, ପଦ ପେଣ୍ଠୋଇ, ପ୍ରଦୀପ ବେହୁରୀ, ଈଶ୍ବର ମଲ୍ଲିକ, ଗୁରୁ ମଲ୍ଲିକ ଓ ମଦନ ପ୍ରଧାନ।

ଏହି ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ବିଜୟ କୁମାର ବିହାରୀଙ୍କ କହିବାନୁଯାୟୀ, ୨୦୧୪ ମସିହା ଅକ୍ଟୋବର ୯ ତାରିଖରେ କେନ୍ଦୁଝର ଜିଲ୍ଲାର ସାହାରପୁର ଗ୍ରାମର ଏହି ପତି-ପତ୍ନୀଙ୍କୁ କିଛି ଲୋକ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରିଥିଲେ। ପତ୍ନୀ ଜେମାମଣି ଗୁଣି କରୁଥିବା ସହେନ୍ଦ କରି ଗ୍ରାମବାସୀ ତାଙ୍କ ସ୍ବାମୀ ରାଜେନ୍ଦ୍ରଙ୍କୁ ଅନେକ ବାର ଧମକ ଦେବା ପରେ ଶେଷ‌ରେ ୯ ତାରିଖ ରାତି ପ୍ରାୟ ୧୧ଟା ସମୟରେ ୧୨ ଜଣ  ଗୋଷ୍ଠୀ ହୋଇ ରାଜେନ୍ଦ୍ରଙ୍କ ଘରକୁ ଯାଇ ତାଙ୍କୁ ଆକ୍ରମଣ କରିଥିଲେ। ପତ୍ନୀ ଜେମାମଣି ଅଟକାଇବାକୁ ଆସିିବା‌ରୁୁ ତାଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଥିଲେ। ଉଭୟ ପତି-ପତ୍ନୀଙ୍କୁ ଆକ୍ରମଣକାରୀମାନେ ହାଣି କରି ମୁଣ୍ଡଗଣ୍ଡି ଅଲଗା କରି ଦେଇଥିଲେ ଓ ମୁଣ୍ଡକୁ ନେଇ ରାସ୍ତା ଉପରେ ଫିଙ୍ଗିଥିଲେ।

ଏପରି ଘଟଣା ଘଟିବା ବେଳେ ଘରେ ଥିବା ରାଜେନ୍ଦ୍ରଙ୍କ ବଡ଼ ଝିଅ ପୂଜା ବେହୁରୀ(ସେତେବେଳେ ବୟସ ୧୩) ଓ ରାଜେନ୍ଦ୍ରଙ୍କ ବିବାହିତା ଭଉଣୀ ବୋଇତ ବାରି ପଟେ ଦୌଡ଼ି ଯାଇ ଫାଣ୍ଡିରେ ପହଞ୍ଚି ଅଭିଯୋଗ ଆଣିବା ପରେ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। ସେହି ମାମଲାର ତଦନ୍ତ ଶୁଣାଣି କରି ଏବେ ୯ ଜଣଙ୍କୁ ମୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର