କେନ୍ଦୁଝର ଲୋକସଭା ଆସନରେ ନୂଆ ମୁହଁକୁ ତିନି ଦଳର ଭରସା

କେନ୍ଦୁଝର : ଲଗାତାର ଦୁଇଥର ବିଜେଡି କବ୍‌ଜାରେ ରହିଥିବା କେନ୍ଦୁଝର ଲୋକସଭା ଆସନରେ ରାଜନୀତି ରୋଚକ ମୋଡ଼ ନେଲାଣି। ଲଗାତାର ଦୁଇଥର ଏହି ଆସନ ଅକ୍ତିଆର କରିଥିଲେ ବି ଏଥର ବିଜେଡି ପ୍ରାର୍ଥୀ ବଦଳାଇବା ସମ୍ଭାବନା ଅଧିକ।

୨୦୦୯ ଓ ୨୦୧୪ ନିର୍ବାଚନରେ କେନ୍ଦୁଝର ଲୋକସଭା ଆସନରୁ ବିଜେଡି ବିଜୟୀ ହୋଇଥିଲା। ୨୦୦୪ରେ ଯଶୋବନ୍ତ ନାରାୟଣ ସି˚ ଲାଗୁରୀ ବିଜୟୀ ହୋଇଥିଲେ। ୨୦୧୪ ରେ ଯଶୋବନ୍ତଙ୍କ ପତ୍ନୀ ଶକୁନ୍ତଳା ନାରାୟଣ ସି˚ ଲାଗୁରୀ ବିଜୟୀ ହୋଇଥିଲେ। ଜିଲ୍ଲାର ମନ୍ତ୍ରୀ ବଦ୍ରି ନାରାୟଣଙ୍କ ଖାସ୍‌ ସମର୍ଥକ ଭାବେ ଜଣାଶୁଣା ଏହି ଦମ୍ପତି ବିଜୟୀ ହେବା ପରେ ସାଧାରଣ ଲୋକଙ୍କ ସହିତ ଯେଭଳି ଭାବେ ସ˚ପର୍କ ରଖିବା କଥା ତାହା ରଖିପାରି ନାହାନ୍ତି। ଯଶୋବନ୍ତଙ୍କ ସମୟରେ ଯଦିଓ ଏଭଳି ଅଭିଯୋଗ ଥିଲା, ମାତ୍ର ତାଙ୍କ ପତ୍ନୀ ଶକୁନ୍ତଳା ବିଜୟୀ ହେବା ପରେ ଏଭଳି ଅଭିଯୋଗ ବଢ଼ିବାରେ ଲାଗିଥିଲା। ଏମିତିକି ହାତଗଣତି କିଛି ସଭାସମିତିକୁ ଛାଡ଼ିଦେଲେ ଜିଲ୍ଲାବାସୀ ସା˚ସଦଙ୍କ ମୁହଁ କ୍ବଚିତ୍‌ ଦେଖିବାକୁ ପାଇଥିଲେ। ଫଳରେ,୦ ବିଜେଡିରୁ ଏବେ ଏକାଧିକ ଆଶାୟୀ ସା˚ସଦ ହେବାକୁ ମନ ବଳାଇଲେଣି। ପାଟଣା ବିଧାୟକ ହୃଷୀକେଶ ନାଏକ, ଆଦିବାସୀ ବିକାଶ ପରିଷଦର ଅଧୢକ୍ଷ ରାମରାଇ ମୁନ୍ଦିଆ ଏବ˚ ଉପାଧୢକ୍ଷା ମୀନା ମାଝିଙ୍କ ସମେତ ପୂର୍ବତନ ସା˚ସଦ ଯଶୋବନ୍ତ ମଧୢ ଆଶାୟୀ ଥିବା ଚର୍ଚ୍ଚା ହେଉଛି।

ବିେଜଡି-ବିେଜପି ମେଣ୍ଟ ସମୟରେ ୧୯୯୯ ଓ ୨୦୦୪ରେ ଅନନ୍ତ ଚରଣ ନାୟକ ଏଠାରୁ ସା˚ସଦ ହୋଇଥିଲେ। ମେଣ୍ଟ ଭାଙ୍ଗିଯିବା ପରେ ଦୁଇଥର ଅନନ୍ତ ନାଏକ ପ୍ରାର୍ଥୀ ହୋଇଥିଲେ ବି ସେ ବିଜୟୀ ହୋଇ ପାରି ନାହାନ୍ତି। ଏଣୁ ଚଳିତ ନିର୍ବାଚନରେ ସେ ସା˚ସଦ ପ୍ରାର୍ଥୀ ନ ହୋଇ କୌଣସି ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ମନ ବଳାଉଥିବା ଆଲୋଚନା ହେଉଛି। ଏଥିସହିତ ବିଜେପି କୌଣସି ନୂଆ ପ୍ରାର୍ଥୀ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ଆଶାୟୀଙ୍କ ମଧୢରେ ସୁକେଶୀ ଓରାମ , ଡକ୍ଟର ଫକୀର ମୋହନ ନାଏକ, ଶ୍ରୀପତି ନାଏକଙ୍କ ନାମ ରହିଛି। ୨୦୧୪ ନିର୍ବାଚନରେ କ˚ଗ୍ରେସରୁ ମାଧବ ସର୍ଦ୍ଦାର ପ୍ରାର୍ଥୀ ହୋଇଥିଲେ। ମୋଟ ୧ ଲକ୍ଷ ୯୦ ହଜାର ଭୋଟ ପାଇ ପରାଜିତ ହୋଇଥିଲେ। ଇତିମଧୢରେ ମାଧବ ସର୍ଦ୍ଦାର ବିଜେଡିରେ ସାମିଲ ହୋଇଥିବାରୁ ଏବେ କ˚ଗ୍ରେସର କିଏ ଲୋକସଭା ପ୍ରାର୍ଥୀ ହେବ ତାହା ଏଯାଏ ସ୍ପଷ୍ଟ େହାଇନାହିଁ। କେନ୍ଦୁଝର ଲୋକସଭା ଆସନରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମର୍ଥକ ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ େବାଲି ବିଶେଷଜ୍ଞମାନେ ମତ ପୋଷଣ କରୁଛନ୍ତି।

(କେନ୍ଦୁଝର)୨୦୧୪ ନିର୍ବାଚନ ଫଳାଫଳ
ଦଳ ପ୍ରମୁଖ ପ୍ରାର୍ଥୀ ଭୋଟ
ବିଜେଡି ଶକୁନ୍ତଳା ଲାଗୁରୀ ୪,୩୪,୪୭୧
ବିଜେପି ଅନନ୍ତ ନାଏକ ୨,୭୭,୧୫୪
କଂଗ୍ରେସ ମାଧବ ସର୍ଦାର ୧,୯୦,୫୩୧

ସମ୍ବନ୍ଧିତ ଖବର