କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ : କଡ଼ା ଟକ୍କର ପାଇଁ ବାଟ ଖୋଲୁଛି
ବିଜେଡି ଖୋଜୁଛି ନୂଆ ମୁହଁ, ସ୍ଥିତି ସଜାଡିଲେଣି କଂଗ୍ରେସ, ପୁରୁଣା ମୁହଁରେ ଲଢିବ ବିଜେପି
କେନ୍ଦୁଝର, (ସୁବ୍ରତ ସ୍ବାଇଁ): କେନ୍ଦୁଝର ବିଧାନସଭା ଆସନ ୨୦୦୯ରୁ ଲଗାତାର ଭାବେ ବିେଜଡି ହାତରେ ଅଛି। ଏହା ପୂର୍ବରୁ ବିେଜପି ଏହି ଆସନକୁ ଦଖଲରେ ରଖିଥିଲା। ୨୦୧୯ ନିର୍ବାଚନରେ ଏହି ଆସନ କାହା ହାତକୁ ଯିବ, ତାହାକୁ ନେଇ ଏବେ ଜିଲ୍ଲା ରାଜନୀତିରେ ଚର୍ଚ୍ଚା େଜାର ଧରିଛି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦୁଝର ସଦର ବ୍ଲକ, ଝୁମ୍ପୁରା ବ୍ଲକର ୧୨ଟି ପଞ୍ଚାୟତ ଓ ବା˚ଶପାଳ ବ୍ଲକର ୫ଟି ପଞ୍ଚାୟତକୁ ନେଇ ଏହି ଆସନ। ଅନୁସୂଚିତ ଜନଜାତି (ଏସଟି) ବର୍ଗ ପାଇଁ ସଂରକ୍ଷିତ ଏହି େକ୍ଷତ୍ରରୁ ୨୦୧୪ ନିର୍ବାଚନରେ ବିେଜଡିର ଅଭିରାମ ନାଏକ ବିଜୟୀ ହୋଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ଥିଲେ ବିେଜପିର ମୋହନ ଚରଣ ମାଝୀ। ସ୍ବାଧୀନ ପ୍ରାର୍ଥୀ ଦ୍ବାରିକାନାଥ ନାଏକ ତୃତୀୟ ସ୍ଥାନରେ ଓ ଚତୁର୍ଥ ସ୍ଥାନରେ ଥିଲା କଂଗ୍ରେସ। ଏଥର କିନ୍ତୁ ଏହି ଆସନ ପାଇଁ ଲଢେଇ େଜାରଦାର େହବ ବୋଲି ଆକଳନ କରାଯାଉଛି।
ବିେଜଡି ପକ୍ଷରୁ ବିଧାୟକ ଅଭିରାମ ନାଏକ ଆଶାୟୀ େହବା ସ୍ବାଭାବିକ୍। କିନ୍ତୁ ଗତ ଦୁଇ ବର୍ଷ ଧରି ତାଙ୍କୁ ଜିଲ୍ଲାର ବିେଜଡି ସଭାପତି ତଥା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଗୋଷ୍ଠୀ କୋଣଠେସା କରି ରଖିଛନ୍ତି। ଅନ୍ୟ ଦୁଇ ପ୍ରମୁଖ ଦାବିଦାରଙ୍କ ମଧୢରେ ବାବୁରାମ ନାଏକ ଓ ମାଧବ ସର୍ଦାରଙ୍କ ନାମ ରହିଛି।୨୦୧୪ ନିର୍ବାଚନରେ ମନ୍ତ୍ରୀ ଗୋଷ୍ଠୀ ବାବୁରାମଙ୍କୁ ପ୍ରାର୍ଥୀ କରିବା ପାଇଁ ଉଦ୍ୟମ କରିଥିଲେ। େଶଷ ମୁହୂର୍ତ୍ତରେ ତାହା ସଫଳ ହୋଇ ନ ଥିଲା। ବର˚ ମନ୍ତ୍ରୀଙ୍କ ଚକ୍ରବ୍ୟୂହକୁ ପାର୍ କରି ଅଭିରାମ ନାଏକ ଟିକେଟ ପାଇବାକୁ ସର୍ମଥ ହୋଇଥିଲେ। କିଛି ମାସ ତଳେ କଂଗ୍ରେସର ପୂର୍ବତନ ସା˚ସଦ ମାଧବ ସର୍ଦାର ପ୍ରାର୍ଥୀ େହବା ଆଶାରେ ବିେଜଡିରେ େଯାଗ ଦେଇଛନ୍ତି। େସହିପରି ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ ବିେଜଡି ଉପରେ ନଜର ରଖିଛନ୍ତି। ଅନ୍ୟଥା ସ୍ବାଧୀନ ପ୍ରାର୍ଥୀ ଭାବେ ଉଭା େହାଇପାରନ୍ତି।
ବିେଜପିର ମୋହନ ଚରଣ ମାଝୀ ଗତ ଦୁଇଥର ପରାଜିତ ହୋଇଛନ୍ତି। ତା ସତ୍ତ୍ବେ ଚଳିତ ନିର୍ବାଚନରେ ବିଜେପିର ପ୍ରମୁଖ ଦାବିଦାର ଭାବେ ସେ ଉଭା ହୋଇଥିବା ବେଳେ ଆଶାୟୀ ତାଲିକାରେ ମାନସ ରଞ୍ଜନ ସି˚ହଙ୍କ ନାଁ ବି ଚର୍ଚ୍ଚାରେ ରହିଛି।ଗତ ନିର୍ବାଚନରେ ଏଠାରେ କଂଗ୍ରେସ ପ୍ରାର୍ଥୀ ସିଦ୍ଧେଶ୍ବର ନାଏ ମୋଟ ୧୭,୫୩୧ ଖଣ୍ତ ଭୋଟ ପାଇଥିଲେ।ଏଥର କେଂଗ୍ରସ ପ୍ରାର୍ଥୀ ଦୌଡରେ ବିଦ୍ୟାଧର ଦେହୁରୀ ଅଛନ୍ତି।
ତେବେ ଚଳିତ ନିର୍ବାଚନରେ ଜନ ସମୃଦ୍ଧି ପାର୍ଟିର ପ୍ରାର୍ଥୀ ହୁଏତ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହୋଇ ପାରନ୍ତି। ସେହିପରି ଏହି ନିର୍ବାଚନମଣ୍ତଳୀରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି ସ୍ବାଧୀନ ପ୍ରାର୍ଥୀ।
ଗତ ୨୦୧୪ ନିର୍ବାଚନରେ ଏଠାରେ ବିେଜଡି ପ୍ରାର୍ଥୀ ଅଭିରାମ ନାଏକ ୫୫,୯୫୯ ଓ ବିେଜପି ପ୍ରାର୍ଥୀ ମୋହନ ମାଝୀ ୪୭,୨୮୩ ଖଣ୍ତ ଭୋଟ ପାଇଥିଲେ। ସ୍ବାଧୀନ ପ୍ରାର୍ଥୀ ଦ୍ବାରିକାନାଥ ନାଏକ ପାଇଥିଲେ ୨୫,୭୫୫ ଖଣ୍ତ ଭୋଟ। ଚଳିତ ଥର ସେ ଜନ ସମୃଦ୍ଧି ପାର୍ଟିରୁ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇ ପାରନ୍ତି।
୨୦୧୪ ନିର୍ବାଚନ ଫଳାଫଳ
ଦଳ ପ୍ରମୁଖ ପ୍ରାର୍ଥୀ ଭୋଟ
ବିଜେଡି ଅଭିରାମ ନାଏକ ୫୫,୯୫୯
ବିଜେପି ମୋହନ ଚରଣ ମାଝୀ ୪୭,୨୮୩
ସ୍ବାଧୀନ ଦ୍ବାରିକା ନାଥ ନାଏକ ୨୫,୭୫୫
କଂଗ୍ରେସ ସିେଦ୍ଧଶ୍ବର ନାଏକ ୧୭,୫୩୧
ନୋଟା ….. ୩,୬୭୧