ହାଟଡିହ: ବୁଧବାର ସକାଳ ପ୍ରାୟ ୭ଟା ବେଳେ ମରେଇଗାଁ-ସଢ଼ା ରାସ୍ତାର ଦମ୍ଭିଲା ନିକଟରେ ପିଲାଙ୍କୁ ନେଇ ଯାଉଥିବା ଗୋଟାଏ ସ୍କୁଲ୍‌ ଭ୍ୟାନ୍‌ ପୋଖରୀରେ ପଡ଼ିଯିବାରୁ ଜଣେ ପିଲା ଆହତ ହୋଇଛି ଓ ଅନ୍ୟମାନେ ଓଦାପଟା ହୋଇଛନ୍ତି।

Advertisment

ପ୍ରାୟ ୧୨ଜଣ ପିଲାଙ୍କୁ ନେଇ ଯାଉଥିବା ଏକ ଘରୋଇ ସ୍କୁଲ୍‌ର ଭ୍ୟାନ୍‌ଟି ଜଣେ ବାଇକ୍‌ ଆରୋହୀଙ୍କୁ ସାଇଡ୍‌ ଦେଉଥିବା ବେଳେ ଚାଳକଙ୍କ ନିୟନ୍ତ୍ରଣ ବାହାରକୁ ଯାଇ ରାସ୍ତାପାର୍ଶ୍ୱସ୍ଥ ଗଡ଼ିଆ ଭିତରକୁ ଓଲଟି ପଡ଼ିଥିଲା।

ଦୁର୍ଘଟନାର ପ୍ରଭାବରେ ଜଣେ ପିଲାର ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି। ସ୍ଥାନୀୟ ଲୋକେ ଦୁର୍ଘଟନାଗ୍ରସ୍ତ ଭ୍ୟାନ୍‌ରୁ ପିଲାମାନଙ୍କୁ ଉଦ୍ଧାର କରିଥିଲେ। ହାଟଡିହ ଡାକ୍ତରଖାନାରେ ଆହତ ପିଲାଟିର ପ୍ରାଥମିକ ଚିକିତ୍ସା କରାଇ ଅଧିକ ଯାଞ୍ଚ ନିମନ୍ତେ ଭଦ୍ରକ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ବୋଲି କୁହାଯାଉଛି।

ଗୋଟିଏ ଜେସିବି ସହାୟତାରେ ପୋଖରୀ ମଧ୍ୟକୁ ଓଲଟି ପଡ଼ିଥିବା ଭ୍ୟାନ୍‌ଟିକୁ ମଧ୍ୟ ବାହାର କରାଯାଇଛି।