ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଓ ମୋବାଇଲ୍ ଲୁଟ୍: ଲୁଟେରାଙ୍କ ଆକ୍ରମଣରେ ୩ ଗୁରୁତର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଏକ ସଶସ୍ତ୍ର ଲୁଟ୍ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘସିପୁରା ଥାନା ବାରିଗାଁଠାରେ ଗତକାଲି ବିଳମ୍ବିତ ରାତିରେ ଘର କବାଟ ଭାଙ୍ଗି ସଶସ୍ତ୍ର ଲୁଟ୍ ହୋଇଛି। ଲୁଟେରାମାନେ ଘର କବାଟ ଭାଙ୍ଗି ଲୁଟିନେଇଇଛନ୍ତି ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଓ ମୋବାଇଲ୍ ଫୋନ୍।  ଲୁଟେରାଙ୍କ ଆକ୍ରମଣରେ  ଏକ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଉଦ୍ଧାର କରି ପଡ଼ୋଶୀ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସୂଚନା ଅନୁଯାୟୀ, ଗୋଲକ ପାଢୀଙ୍କ ଘର କବାଟ ଭାଙ୍ଗି ଘରେ ପଶିବା ପରେ ଲୁଟେରାମାନେ ଅତର୍କିତ ଭାବେ ମାରଣାସ୍ତ୍ରରେ ଘରେ ଥିବା ଲୋକଙ୍କୁ ଆକ୍ରମଣ କରିଥିଲେ। ସେମାନେ ଲୁହାଛଡ଼ ଓ ଭୁଜାଲିରେ ଆକ୍ରମଣ କରି ଗୋଲକ ପାଢୀ, ପତ୍ନୀ ଜୟନ୍ତୀ ଓ ଝିଅ ପ୍ରୀତିମୟୀଙ୍କୁ ଗୁରୁତର ଆହତ କରିବା ପରେ ଘରୁ ନଗଦ ୧ଲକ୍ଷ ୮୦ ହଜାର ଟଙ୍କା, ସୁନା ଓ ୨ଟି ମୋବାଇଲ୍ ଲୁଟିନେଇଥିଲେ। ଏନେଇଖବର ପାଇବା ପରେ ଘସିପୁରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର