ଦେଓଗାଁ: ପ୍ରେମ କରି କିଏ ସଫଳ ହୋଇଛି ତ ପୁଣି କିଏ ବିଫଳ। ରାଜଧାନୀରେ ନେତା ଙ୍କ ପ୍ରେମ କାହାଣୀକୁ ନେଇ ହାଇଡ୍ରାମା ଚାଲୁଛି। ଫଳରେ ଏହାର ପ୍ରଭାବ ଗାଁ ଗଣ୍ଡାରେ ମଧ୍ୟ ଏବେ ଦେଖିବାକୁ ମିଳିଲାଣି। ପ୍ରେମିକ ସହ ଘରୁ ଫେରାର ହୋଇଥିବା ଜଣେ ଯୁବତୀ ଦୁଇ ମାସ ପ୍ରେମିକ ସାଥୀରେ ସ୍ତ୍ରୀ ଭାବରେ ରହିବା ପରେ ପ୍ରେମିକ ଜଣକ ଯୁବତୀଙ୍କୁ ଛାଡି ଚମ୍ପଟ ମାରିଥିଲେ।
ତାପରେ ସ୍ତ୍ରୀ ମାନ୍ୟତା ପାଇବା ପାଇଁ ପ୍ରେମିକ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ଏହି ଯୁବତୀ ଜଣକ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅଧିନସ୍ତ ସିଂହାମୁଣ୍ଡା ପଞ୍ଚାୟତର ବାଙ୍କିଆମୁଣ୍ଡା ଗାଁରେ। ଏହି ଗାଁର କଲଗାପଡାର ଜଣେ ଯୁବକଙ୍କ ସହ ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୀର୍ଘ ବର୍ଷ ପ୍ରେମିକ ପ୍ରେମିକା ଭାବରେ ରହିବା ପରେ ଗତ ଅଗଷ୍ଟ ମାସରେ ଦୁହେଁ ଘରୁ ଲୁଚି ପଳାଇଥିଲେ।
ଏନେଇ ପରିବାର ଲୋକେ ବନ୍ଧପଡା ପୁଲିସର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ହେଲେ ପ୍ରେମିକ ଜଣକ କିଛି ଦିନ ପ୍ରେମିକାକୁ ସ୍ତ୍ରୀ ଭାବରେ ରଖିବା ପରେ ଏବେ ଛାଡି ଦେଇଥିବା ଗାଁ ଲୋକଙ୍କଠାରୁ ଖବର ମିଳିଛି। ଏଣୁ ଏ ଦିଗରେ ପୁଲିସ ପ୍ରଶାସନ ହସ୍ତକ୍ଷେପ କରି ନ୍ୟାୟ ଦେବାକୁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/14917c82-8982-4c00-a3a1-329fa00f673d.jpeg)