ପଦ୍ମପୁର: କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ମଇଦାନକେଲ ନିକଟରେ ଆଜି ସକାଳେ ନିୟନ୍ତ୍ରଣ ହରାଇ ଏକ କାର୍ ଶାଳ ଗଛରେ ପିଟିହେବାରୁ ଜଣେ ରାଜମିସ୍ତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ତେବେ ଗୁରୁତରଙ୍କ ପରିଚୟ ମିଳିପାରିନାହିଁ। ଉପସ୍ଥିତ ଲୋକେ ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।
ଦ୍ରୁତଗତିରେ କାରଟି ଗଛରେ ପିଟି ଦେଇଥିବାରୁ ଗାଡ଼ିର ସାମ୍ନାଭାଗ ଭାଙ୍ଗିରୁଜି ଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦୁଝର ପଟୁ କାର୍ ଚାକୁଣ୍ଡାପାଳକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/car.jpg)