ତେଲକୋଇ/ଜଗମୋହନପୁର: କେନ୍ଦୁଝର ଜିଲ୍ଲାରେ ଫେଲ୍ ମାରିଛି ମ୍ୟାଲେରିଆ ନିରାକରଣ ଅଭିଯାନ। ନିଧି ମଉସାଙ୍କ ଶତ ପ୍ରଚାର ସେତ୍ତ୍ବ ତେଲକୋଇ ବ୍ଲକର ସରୁଆଳି ଗ୍ରାମରେ ଜଣେ ନାବାଳକ ମ୍ୟାଲେରିଆରେ ଆଖିବୁଜିଛି। ମାଗଣା ଚିକିତ୍ସା ଯୋଜନା ବି ତାଙ୍କ ପାଖରେ ପହଞ୍ଚିପାରିଲାନି। ଶେଷରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହେଲା। ବିଡ଼ମ୍ବନା, ମୃତଦେହ ଘରକୁ ନେବାକୁ ସେଠାରୁ ମହାପ୍ରୟାଣ ଗାଡ଼ି ବି ମିଳିଲାନି। ଏକ ଘରୋଇ ଆମ୍ବୁଲାନ୍ସରେ ଗଲେ, କିନ୍ତୁ ଡ୍ରାଇଭର ନେଇଗଲା ୩ ହଜାର ଟଙ୍କା। ସରକାରୀ ଯୋଜନାର ଏମିତି ବିଫଳ ଚିତ୍ର ସାମନାକୁ ଆସିବା ପରେ ସରକାରଙ୍କକ ଘୋଷଣା କାର୍ଯ୍ୟକାରିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମୃତ ନାବାଳକଙ୍କ ନାମ ରଣଜିତ ମହାକୁଡ଼ (୧୬)। ସରୁଆଳି ଗ୍ରାମର କୃଷ୍ଣଚନ୍ଦ୍ର ମହାକୁଡ଼ଙ୍କର ବଡ଼ପୁଅ। ଘରଲୋକଙ୍କ କହିବା ଅନୁସାରେ ରଣଜିତକୁ ୮ ଦିନ ଧରି ଜର ହେଉଥିଲା। ପ୍ରଥମେ ତାକୁ ପାଳଲହଡ଼ା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଭଲ ନହେବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ମଧ୍ୟ ପୁଅ ଦେହ ଭଲ ହେଲାନି। ଗତକାଲି ରାତି ସାଢ଼େ ୧୧ଟାରେ ତା’ର ମୃତ୍ୟୁ ହେଲା ବୋଲି ପରିବାର ଲୋକେ କହିଛନ୍ତି। ମୃତଦେହ ଘରକୁ ନେବା ପାଇଁ ସରକାରୀ ସୁବିଧା ଯଥା- ମୟାପ୍ରୟାଣ ସେବା ନମିଳିବାରୁ ଏକ ଘରୋଇ ଆମ୍ବୁଲାନ୍ସକୁ ପରିବାର ଲୋକେ ଯୋଗାଯୋଗ କରିଥିଲେ। ଗାଡ଼ିଟି ଗଁାରେ ପହଞ୍ଚିବା ପରେ ମାତ୍ରାଧିକ ଭଡ଼ା (୬ହଜାର ଟଙ୍କା) ଦାବି କରିଥିଲେ ଡ୍ରାଇଭର। ସାହିଲୋକେ ବୁଝାସୁଝା କରିବା ପରେ ୩ ହଜାର ଟଙ୍କା ଭଡ଼ା ଦେଇଥିଲେ। ତାଙ୍କ ପରିବାର ଦିନ ମଜୁରିଆ ଶ୍ରେଣୀର। ଏବେ ଶେଷକୃତ୍ୟ ପରେ ଶୁଦ୍ଧିକ୍ରିୟା ଆଦି କର୍ମ କରିବା ପାଇଁ ମଧ୍ୟ ତାଙ୍କ ପାଖରେ ଅର୍ଥ ନାହିଁ।
ଅନ୍ୟପକ୍ଷରେ କୋଟି କୋଟି ଟଙ୍କାର ସ୍ବାସ୍ଥ୍ୟ ଯୋଜନା, ମାଗଣା ଚିକିତ୍ସା, ମାଗଣା ଔଷଧ ଯୋଗାଣ ତଥା ମ୍ୟାଲେରିଆ ନିରାକରଣ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ସେତ୍ତ୍ବ ଜଣେ ନାବାଳକର ମୃତ୍ୟୁ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।
ମ୍ୟାଲେରିଆରେ ନାବାଳକଙ୍କ ମୃତ୍ୟୁ:lମହାପ୍ରୟାଣ ଗାଡ଼ି ମିଳିଲାନି lଘରୋଇ ଆମ୍ବୁଲାନ୍ସରେ ଗଲା ଶବ
/sambad/media/post_attachments/wp-content/uploads/2018/10/dengue-mosquito-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)