କେନ୍ଦୁଝର: କେନ୍ଦୁଝର ସଦର ଥାନା ପଦ୍ମପୁର ମେଗା ନର୍ସରୀ ନିକଟ ପୋଖରୀରେ ବୁଡ଼ି ଜଣେ ନାବାଳିକା ପ୍ରାଣ ହରାଇଛନ୍ତି। ମୃତ ନାବାଳିକା ଜଣଙ୍କ ହେଲେ ବାଦଲ ଦାସଙ୍କ ଝିଅ ପୁଟି ଦାସ (୭)। ପ୍ରାପ୍ତ ସୂଚନା ଅନୁସାରେ, କିଛି ଯାଜାବର ଆସି ପଦ୍ମପୁର ବଜାର ନିକଟରେ ଥିବା ଆର୍ଏମ୍ସିର ପରିତ୍ୟକ୍ତ ଘର ପାଖରେ ରହୁଛନ୍ତି। ଆଜି ଅପରାହ୍ଣ ୨ଟା ବେଳେ ପୁଟି ମେଗା ନର୍ସରୀ ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ପାଣି ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସଦର ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ କରାଇଛି।
ପୋଖରୀରେ ବୁଡ଼ି ନାବାଳିକାର ମୃତ୍ୟୁ
/sambad/media/post_attachments/wp-content/uploads/2019/06/person-sinking-.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)