ବାରବାଟୀ : କୁଆଖିଆ ଥାନା ଅଞ୍ଚଳରୁ ନିଖୋଜ ହୋଇଥିବା ଜଣେ ନାବାଳିକାଙ୍କୁ କୁଆଖିଆ ପୁଲିସ ଗତ ଶନିବାର ରାତିରେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରୁ ଉଦ୍ଧାର କରିଛି। ଅପହରଣରେ ସଂପୃକ୍ତ ନାବାଳିକାଙ୍କ ମାମୁକୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଅପହରଣର ୧୫ ଦିନ ପରେ ଉଦ୍ଧାର ହୋଇଥିବା ନାବାଳିକାଙ୍କୁ ପୁଲିସ ଯାଜପୁର ସ୍ଥିତ ସ୍ୱଧାର ଗୃହରେ ଛାଡ଼ି ଦେଇଛି। ନାବାଳିକା ଜଣକ ତାଙ୍କ ପରିବାର ଲୋକଙ୍କ ସହ ଯିବାକୁ ଅରାଜି ହେବାରୁ ପୁଲିସ ସ୍ବଧାର ଗୃହରେ ଛାଡ଼ିଥିଲା। ଘଟଣାରୁ ପ୍ରକାଶ ଯେ, ୨୦୧୯ ଜୁନ୍ ମାସ ୨୮ ତାରିଖରେ ନାବାଳିକା ଜଣକ ମାମୁ ଘରକୁ ଯାଇ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଏହି ସମୟରେ ନାବାଳିକାର ମାମୁ ଘରେ ଘରେ ନଥିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ଜୁଲାଇ ୭ ତାରିଖରେ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଏସମ୍ପର୍କରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ କେସ୍ ନମ୍ବର ୧୭୭/୧୯ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ। ଅଭିଯୁକ୍ତ ମାମୁର ମୋବାଇଲ୍ ଫୋନ୍କୁ ଟ୍ରାକିଂ କରି ପୁଲିସ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ମାମୁକୁ ଗିରଫ କରିଥିଲା।
ନାବାଳିକା ଉଦ୍ଧାର:ଅପହର୍ତ୍ତା ମାମୁ କୋର୍ଟ ଚାଲାଣ
/sambad/media/post_attachments/wp-content/uploads/2019/07/kidnapped.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)