ନାବାଳିକା ଗର୍ଭବତୀ, ଯୁବକ ଗିରଫ

ବାଂଶପାଳ: ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତ ଶାଗପଡା ଗ୍ରାମର ଫକୀର ଦେହୁରୀ (୧୯)ଙ୍କୁ ପୁଲିସ ଗିରଫ କରିଛି। ବିବାହ ପ୍ରତିଶ୍ରୁତି ଦେଇ ଫକୀର ଜନୈକା ନାବାଳିକାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲା। ନାବାଳିକା ଜଣକ ଗର୍ଭବତୀ ହେବା ପରେ ପରିବାର ଲୋକେ ନୟାକୋଟ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ବିରଞ୍ଚି ବାଗ ପ୍ରକାଶ କରିଛନ୍ତିି।

ସମ୍ବନ୍ଧିତ ଖବର