ଭସାଣି ବେଳେ ପୁଲିସକୁ ଦୁର୍ବ୍ୟବହାର,୫ ଗିରଫ

ଯୋଡ଼ା: ବାସନ୍ତିକ ଦୁର୍ଗାପୂଜା ଭସାଣି ସମୟରେ ପୁଲିସକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସଂଜୀବ ଲାକ୍ରା, ବାଦଲ ରାୟ, ଶଙ୍କର ପାତ୍ର, ବସନ୍ତ ଯୋଜ  ଓ ଦୀପକ କୁମାର ମହାକୁଡ଼ । ଯୋଡ଼ା ଥାନା ଆଇଆଇସି ମନୋଜ କୁମାର ରାଉତଙ୍କ ସୂଚନା ଅନୁଯାୟୀ ଗତକାଲି ରାତ୍ରୀ ପ୍ରାୟ ୧୦ଟା ୩୦ ସମୟରେ  ପ୍ରଶାସନର ବିନା  ଅନୁମତିରେ ଦୁର୍ଗା ପୂଜା ଭଷାଣି ଶୋଭାଯାତ୍ରା କରାଯାଉଥିଲା। ଏ ସଂପର୍କରେ ଖବର ପାଇ ପୁଲିସ ଶୋଭାଯାତ୍ରା ନିକଟରେ ପହଞ୍ଚିଥିଲା। ତେବେ ଏଠାରେ କିଛି ଲୋକ ପୁଲିସକୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଠୋଲାପେଲା କରିଥିଲେ। ଏଭଳି କି ପୁଲିସ ଗାଡିକୁ ସେଠାରେ ଅଟକାଇ ଦେଇଥିଲେ । ନିର୍ବାଚନ ଆଚରଣ ବିଧି କାରଣରୁ ପୁଲିସ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଶ୍ରୀ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର