ପଣ୍ଡାପଡ଼ା: କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବିନିଦା ଗ୍ରାମର ପାଲା ଗାୟିକା ସତ୍ୟଭାମା ସିଂହ ( ୪୫ )ଙ୍କୁ କେହି ଦୁର୍ବୃତ୍ତ ଗତକାଲି ରାତି ୧୦ଟା ପରେ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

Advertisment

ସତ୍ୟଭାମା ସିଂହ କେବଳ ଜଣେ ପାଲା ଗାୟିକା ନୁହନ୍ତି, ବରଂ ସେ  ବିନିଦା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା  ଓ ବର୍ତ୍ତମାନର ପଣ୍ଡାପଡା ମଣ୍ଡଳର ବିଜେପି ଉପସଭାପତି ମଧ୍ୟ। ଏହା ଏକ ରାଜନୈତିକ ହତ୍ୟାକାଣ୍ଡ ମଧ୍ୟ ହୋଇଥାଇପାରେ ବେଲି କୁହାଯାଉଛି। ଖବର ପାଇ  ଘଟଣାସ୍ଥଳରେ ସଦର ଏସଡିପିଓ , ସାଇଣ୍ଟିଫିକ ଟିମ ସହିତ ପଣ୍ଡାପଡ଼ା ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି।