କେନ୍ଦୁଝର: ରାଜ୍ୟ ସରକାର ଚାଷୀଙ୍କୁ ଉପଯୁକ୍ତ ସମ୍ମାନ ଦେଇ ପାରି ନାହାଁନ୍ତି। ଧାନର ଅଭାବୀ ବିକ୍ରି ଯୋଗୁଁ ଚାଷୀମାନେ ଘୋର କ୍ଷତିର ସମ୍ମୁଖୀନ ହେଉଛନ୍ତି ବୋଲି ‘ନବନିର୍ମାଣ କୃଷକ ସଂଗଠନ’ର ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। କେନ୍ଦୁଝର ଜିଲ୍ଲା ଘଟଗାଁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅନୁଷ୍ଠିତ ଏକ ବିଶାଳ ଚାଷୀ ସମାବେଶରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଯେତେ ଦିନ ପର୍ଯ୍ୟନ୍ତ ଚାଷୀଙ୍କୁ ପ୍ରାଇସ୍, ପେଷ୍ଟିଜ୍ ଓ ପେନ୍ସନ୍ ନମିଳିବ, ସେତେଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ଜାରି ରଖାଯିବ।
ଚାଷୀ ସମାବେଶ ପୂର୍ବରୁ ନବନିର୍ମାଣ କୃଷକ ସଂଗଠନର କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ଥିଲେ। ଏହି ଶୋଭାଯାତ୍ରା ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଶ୍ଲୋଗାନ ଲଗାଇ ତାରିଣୀ ମନ୍ଦିର ନିକଟରେ ଥିବା ଶାଳ ବଣରୁ ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା। ଏହା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାସ୍ଥଳରେ ନବନିର୍ମାଣ କୃଷକ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ ଅକ୍ଷୟ କୁମାର, ଶେଷଦେବ ନନ୍ଦ, ଶେଖ ମୁଦିନ୍, ଲକ୍ଷ୍ମୀଧର ପ୍ରଧାନ, ଇନ୍ଦ୍ରମଣି ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ। ସେହିପରି ବ୍ଲକସ୍ତରୀୟ ଚାଷୀ ସମାବେଶରେ ପ୍ରାୟ ୩୦୦୦ ସମର୍ଥକ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/keonjhar.jpg)