ଯୋଡ଼ା: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜର ବାମେବାରି ଥାନା ଅନ୍ତର୍ଗତ ଜମରଡିହି ଗାଁରେ ଗତକାଲି ସନ୍ଧ୍ୟାରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ପାଣ୍ଡୁ ମୁଣ୍ଡା( ୬୦) ବୋଲି ଜଣାପଡ଼ିଛି। ବାମେବାରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଛତୁ ସଂଗ୍ରହ କରିବା ପାଇଁ ଯାଇଥିବାବେଳେ ପାଣ୍ଡୁଙ୍କୁ ହାତୀ ଆକ୍ରମଣ କରିଥିବା ସୂଚନା ମିଳିଛି।