ଅଂଶୁଘାତ: ରାସ୍ତାରେ ଟଳି ପଡ଼ିଲେ ବୃଦ୍ଧ

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ନୟାକୋଟ ଥାନା ଗଜିପୁର ନିକଟରେ ରାସ୍ତାରେ ଟଳି ପଡ଼ିଛନ୍ତି ଜଣେ ବୃଦ୍ଧ। ମୃତକ ହେଲେ ଉପରକାଦକଳା ଗ୍ରାମର ନାରଦ ମୁଣ୍ଡା (୬୫)। ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଉପରକାଦକଳା ଗ୍ରାମର ନାରଦ ମୁଣ୍ଡା (୬୫) ଗତକାଲି ଅପରାହ୍‌ଣରେ ସମ୍ପର୍କୀୟଙ୍କ ଘରକୁ ଚାଲିଚାଲି ଯାଉଥିଲେ। ପ୍ରବଳ ଖରା ଯୋଗୁଁ ଗଜିପୁର ନିକଟରେ ଟଳି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ଗଜିପୁର ଗାଁ ନିକଟସ୍ଥ ରାସ୍ତାକଡ଼ରେ ଏକ ଅଚିହ୍ନା ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଆଜି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାହା ନାରଦଙ୍କ ବୋଲି ଚିହ୍ନଟ କରିଥିଲା। ଏନେଇ ନୟାକୋଟ ଥାନାରେ ଏକ ଅପମୃତ୍ୟୁ ମାମଲା ହୋଇଛି। ପୁଲିସ ଶବ ଜବତ କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର