ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

କେନ୍ଦୁଝର: ବଣୁଆ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତ ପାଟପାଣି ଗ୍ରାମର ବାଙ୍ଗୁରୁ ବେହେରା (୬୦) ଶୌଚ ପାଇଁ ଗାଁ ମୁଣ୍ଡକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ଏକ ବଣୁଆ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ହାତୀକୁ ଦେଖି ସେ ଦୌଡି ପଳେଇବାକୁ ଚେଷ୍ଟା କରିଥିବା ବେଳେ ହାତୀ ତାଙ୍କୁ ଧରି କଚାଡି ଦେଇଥିଲା। ତେବେ ସୌଭାଗ୍ୟବସଃ ହାତୀ ତାଙ୍କୁ ସେହି ଅବସ୍ଥାରେ ଛାଡି ଚାଲି ଯାଇଥିଲା। ଗୁରୁତର ଅବସ୍ଥାରେ ବାଙ୍ଗୁରୁଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ସମ୍ବନ୍ଧିତ ଖବର