ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ଜେଏମ୍‌ଏଫ୍‌ସି ଏକ ଯୌତୁକ ନିର୍ଯାତନା ମାମଲାର ବିଚାର କରି ଦୋଷୀଙ୍କୁ ଦେଢ଼ ବର୍ଷ କାରାଦଣ୍ଡ ସହ ହଜାରେ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୨ ମାସ ଜେଲ୍‌। ନନ୍ଦିପଦା ଥାନା ତେମଳା ଗ୍ରାମର ସୁଶୀଳା ବରାଳଙ୍କ ଅଭିଯୋଗକ୍ରମେ ନନ୍ଦିପଦା ଥାନାରେ କେସ୍‌ ୫୫/୨୦୧୦ରେ ଏକ ମାମଲା ରୁଜୁ ହୋଇଥିଲା।

Advertisment

କାମିନୀ ବରାଳ, ଅପର୍ଣ୍ଣା ବରାଳ, ନବଘନ ଓରଫ ଭାଗୀରଥୀ ବରାଳ, ଫକୀର ଚରଣ ନାୟକ, ତପନ ବରାଳଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଜିଆର୍‌ କେସ୍ ନମ୍ବର ୩୪୨/୧୦ର ବିଚାର କରି ହାଟଡିହି ଜେଏମ୍‌ଏଫ୍‌ସି ପ୍ରତିମା ସାହୁ ଧାରା ୪୯୮(ଏ), ୫୦୬, ୪୯୪ ଓ ୩୪ ଆଇପିସିରେ ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାରରେ ଦୋଷୀଙ୍କୁ ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି।