ଦୁଷ୍କର୍ମ କରି ଜଣେ ଗିରଫ

ଗୁଆଲି: ଜଣେ ଯୁବକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ରୁଗୁଡ଼ି ଗ୍ରାମର ପ୍ରକାଶ ଭଦ୍ରା (୨୦)। ଏକ ଘରୋଇ ସଂସ୍ଥାରେ ଡ୍ରାଇଭର ଭାବେ କାମ କରୁଥିବା ପ୍ରକାଶ ସେହି ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିବା ଜଣେ ଯୁବକଙ୍କ ରୁମ୍‌କୁ ୪ ଦିନ ତଳେ ଯାଇଥିଲା। ସେଠାରେ ସମ୍ପୃକ୍ତ ଯୁବକଙ୍କୁ ଜୋର ଜବରଦସ୍ତ ନିଶା ଖୁଆଇ ଦୁଷ୍କର୍ମ କରିଥିଲା। ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଦୁଷ୍କର୍ମର ଶିକାର ହୋଇଥିବା ଯୁବକ ଜଣଙ୍କ ଭୟଭୀତ ହୋଇ ୪ ଦିନ ହେଲା କାହାରିକୁ କିଛି କହୁନଥିଲେ। ଆଜି ଅସୁସ୍ଥ ହୋଇପଡ଼ିବାରୁ କମ୍ପାନି କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। କର୍ତ୍ତୃପକ୍ଷ ଏନେଇ ରୁଗୁଡ଼ି ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରକାଶକୁ ଗିରଫ କରିଛି।

ସମ୍ବନ୍ଧିତ ଖବର