ଟ୍ରକ୍‌ ଚାପାରେ ଜଣେ ମୃତ, ରାସ୍ତା ଅବରୋଧ

କାଳିଆପାଣି, : କାଳିଆପାଣି ଥାନା ଅନ୍ତର୍ଗତ ଖଣି ଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କର କୁସୁମୁଣ୍ଡିଆ ଛକରେ ଆଜି ସନ୍ଧ୍ୟାରେ ଏକ ଟ୍ରକ୍ ଚାପାରେ ଜଣେ ସାଇକଲ ଚାଳକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତି ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଅନଳ ଗାଁର ପ୍ରହଲାଦ ଦେହୁରୀ(୫୮)। କୁହିକା ସ୍ଥିତ ଝିଅ ଘରକୁ ଯାଇ ଫେରିବା ବାଟରେ କୁସୁମୁଣ୍ଡିଆ ଛକରେ ଏକ ଦ୍ରୁତଗାମୀ କ୍ରୋମାଇଟ୍‌ ବୋଝେଇ ଟ୍ରକ୍‌(ଓଆର୍-୦୪ଇ-୪୭୧୩) ପଛପଟୁ ଧକ୍କା ଦେଇ ତାଙ୍କ ଉପରେ ମାଡ଼ି ଯାଇଥିଲା। ଥାନାଧିକାରୀ ରମାକାନ୍ତ ମୁଦୁଲି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ପ୍ରହଲ୍ଲାଦଙ୍କୁ ଟାଟାଷ୍ଟିଲ ସୁକିନ୍ଦ‌ା ହସ୍‌ପିଟାଲକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ଟ୍ରକ୍‌ର ଚାଳକ ଫେରାର୍‌ ହୋଇଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତା ଅବରୋଧ ଉଦ୍ୟମ କରାଯାଇଥିଲା। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଟ୍ରକ୍‌କୁ ପୁଲିସ୍‌ ଜବତ କରିବା ସହ ଥାନା‌ କେସ୍ ନଂ ୧୪/୧୯ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର