ହରିଚନ୍ଦନପୁର: ହରିଚନ୍ଦନପୁର ପଞ୍ଚାୟତ ବରଗୋଡ଼ା ଗ୍ରାମରେ ସାପ କାମୁଡ଼ାରେ ଗତକାଲି ରାତିରେ ସନ୍ୟାସୀ ନାଏକଙ୍କ ୧୭ ବର୍ଷର ପୁଅ ସୁନିଲ ମୃତ୍ୟୁବରଣ କରିଥିବାବେଳେ ସ୍ବର୍ଗତ ସୁରେଶ ସାହୁଙ୍କ ପୁଅ ପ୍ରଶାନ୍ତ (୨୮) ଗୁରୁତର ଆହତ ହୋଇଛନ୍ତି। ଉଭୟ ସାଙ୍ଗ ହୋଇ ପ୍ରଶାନ୍ତଙ୍କ ଘରେ ଶୋଇଥିଲେ। ତେବେ ରାତିରେ ଉଭୟଙ୍କୁ ଏକ ବିଷଧର ସାପ କାମୁଡିଥିଲା ।

Advertisment

ଚିକିତ୍ସା ପାଇଁ ଉଭୟଙ୍କୁ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସୁନିଲର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଥିବା ପ୍ରଶାନ୍ତକୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।