ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ଆଦିବାସୀ ଯୁବକଙ୍କୁ ପଥର ଛେଚି ହତ୍ୟା

ଆନନ୍ଦପୁର: ଘସିପୁରା ଥାନା ଶାମୁକାନାଣ୍ଡି ପଞ୍ଚାୟତ ଜାମବାହାଳି ଗ୍ରାମର ଧାନବିଲରୁ ଜଣେ ଆଦିବାସୀ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ନିକଟସ୍ଥ ଝିଙ୍କିପିଟା ଗ୍ରାମର ବୈଦ୍ୟନାଥ ମାରାଣ୍ଡି (୩୦)। ତାଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।…
ଅଧିକ ଖବର ଦେଖନ୍ତୁ...

ନକଲି ଓଏଫ୍‌ଏସ୍‌ ଗିରଫ, ବହେ ଛେଚି ପୁଲିସକୁ ଜିମା ଦେଲେ ଲୋକେ

ଘଟଗାଁ: ନିଜକୁ ଏସିଏଫ୍‌ ବୋଲି ପରିଚୟ ଦେଉଥିଲେ। ଟଙ୍କା ନେଇ ଚାକିରି କରାଇଦେବେ ବୋଲି କହୁଥିଲେ। ସମ୍ପୃକ୍ତ ଯୁବକ ଜଣଙ୍କ ଠକ ବୋଲି ଜାଣିବା ପରେ ଚାକିରି ଆଶାୟୀମାନେ ଏକାଠି ହୋଇ ତାଙ୍କୁ କାବୁ କରି ନିସ୍ତୁକ ପିଟିବା ସହ ପୁଲିସ ଜିମା ଦେଇଛନ୍ତି। ଏହି ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ…
ଅଧିକ ଖବର ଦେଖନ୍ତୁ...

ହାତୀ ମୃତ୍ୟୁ ରୋକିବ ଝୁଲନ୍ତା ସୋଲାର ତାରବାଡ଼

ଯୋଡ଼ା : ଟ୍ରେନ୍‌ ଧକ୍କାରେ ହେଉଥିବା ହାତୀ ମୃତ୍ୟୁକୁ ରୋକିବ ହ୍ୟାଙ୍ଗିଙ୍ଗ ସୋଲାର ଫେନ୍ସିଂ (ଝୁଲନ୍ତା ‌ସୋଲାର ତାରବାଡ଼)। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡ଼ା ବନପାଳ ଅନ୍ତର୍ଗତ ଜୁରୁଡ଼ି କ୍ରେଚ୍‌ହଟିଂ ରେଲୱେ କ୍ରସିଂ ନିକଟରେ ହାତୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଏହା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସ୍ତରୀୟ ସବଜୁନିଅର ​ହ୍ୟାଣ୍ଡବଲ: ଉଭୟ ବିଭାଗରେ କେନ୍ଦୁଝର ଚାମ୍ପିଅନ

କେନ୍ଦୁଝର: କେନ୍ଦୁଝର ହ୍ୟାଣ୍ଡବଲ୍‌ ଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ସବ୍‌ଜୁନିଅର ହ୍ୟାଣ୍ଡବଲ୍‌ ଚାମ୍ପିଅନସିପ୍‌ ଆଜି ଉଦ୍‌ଯାପିତ ହୋଇଛି। ଏଥିରେ ଉଭୟ ବାଳକ ଏବଂ ବାଳିକା ବର୍ଗରେ କେନ୍ଦୁଝର ଚ‌ାମ୍ପିଅନ୍‌ ହୋଇଛି। ବାଳକ ବର୍ଗରେ କେନ୍ଦୁଝର ୧୭-୧୩ ଗୋଲ୍‌ରେ ଯାଜପୁରକୁ ପରାସ୍ତ…
ଅଧିକ ଖବର ଦେଖନ୍ତୁ...

ଛୋଟ ତେଜରାତି ଦୋକାନୀଙ୍କ ଝିଅ ଅଭିସ୍ମିତା ତିୱାରୀ ଓଏଏସ୍‌ ହେଲେ

କେନ୍ଦୁଝର/ଆନନ୍ଦପୁର: କେନ୍ଦୁଝରର ଅଭିସ୍ମିତା ତିୱାରୀ ଓସିଏସ୍‌ ପରୀକ୍ଷାରେ ଷଷ୍ଠ ସ୍ଥାନ ହାସଲ କରିଛନ୍ତି। ସେ ପ୍ରଥମ ‌ଚେଷ୍ଟାରେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ରହି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। କେନ୍ଦୁଝର ନିଉକଲୋନିରେ ରହୁଥିବା ଅଭିସ୍ମିତା ନିର୍ମଳା କନଭେଣ୍ଟ ସ୍କୁଲ୍‌ରୁ ଦଶମ ଶ୍ରେଣୀ…
ଅଧିକ ଖବର ଦେଖନ୍ତୁ...

ନିଆରା ଦଶହରା: କଣ୍ଟାପିଢ଼ାରେ ବସିଲେ, ନିଆଁରେ ଚାଲିଲେ

ପାଟଣା: କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ୍‌ ତ୍ରିବିନ୍ଧା ଗ୍ରାମରେ ନିଆରା ଢଙ୍ଗରେ ଦଶହରା ପର୍ବ ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁମାନେ କଣ୍ଟାପିଢ଼ାରେ ବସିବା ସହିତ ନିଆଁରେ ଚାଲିଥିଲେ। ଶ୍ରଦ୍ଧାଳୁଙ୍କୁ ଚାବୁକ ପ୍ରହାର କରିଥିଲେ। ପ୍ରଥମ ଦିନ ଏକ ଶୋଭାଯାତ୍ରାରେ ବୈତରଣୀ ନଦୀରୁ କଳସ ଯାତ୍ରା…
ଅଧିକ ଖବର ଦେଖନ୍ତୁ...

ଭାସୁଛି ଅଜଣା ନବଜାତକର ଶବ: ପୁଲିସର ତଦନ୍ତ ଆରମ୍ଭ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ତେଲକୋଇ ସମାକୋଇ ନଦୀର ବଙ୍ଗଳା ଛକ ପୋଲ ନିକଟରେ ଅଜଣା ନବଜାତକର ଶବ ଭାସୁଛି। ଆଜି ସକାଳେ ସ୍ଥାନୀୟ ଲୋକେ ଗାଧୋଇବାକୁ ଯାଇଥିଲେ। ପୋଲ ପାଖ ଗାଧୁଆ ତୁଠରେ ମୃତ ନବଜାତକ ଶିଶୁର ଶବ ଭାସୁଥିବା ଦେଖିଥିଲେ। ଘଟଣା ସମ୍ପର୍କରେ ଖବର…
ଅଧିକ ଖବର ଦେଖନ୍ତୁ...

ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ କଣ୍ତରାପୋଶି ପଞ୍ଚାୟତ ସିଲିସୁଆଁ ଗ୍ରାମର ତନୟ ନାୟକଙ୍କ ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହକୁ ପଳାଶପଙ୍ଗା ବିଟ୍ ପୁଲିସ ଜବତ କରିଛି। ମୃତକ ଜଣଙ୍କ ସିଲିସୁଆଁ ଗ୍ରାମର ରବି ମାଝୀ(୬୫)। ସେ ୪ ତାରିଖରୁ ନିଖୋଜ ଥିଲେ। ପରିବାର ଲୋକେ ବହୁ…
ଅଧିକ ଖବର ଦେଖନ୍ତୁ...

ତୋରାଣିପୋଖରୀରେ ହାତୀପଲ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ  ପିପିଳିଆ ନିକଟବର୍ତୀ ତୋରାଣୀ ପୋଖରୀ ଗ୍ରାମରେ ୧୩ ଟିକିଆ ହାତୀପଲ ଡେରା ପକାଇଛନ୍ତି। ସେଥିରେ ଅଛନ୍ତି ତିନିଟି ଛୁଆହାତୀଙ୍କ ସମେତ ଦନ୍ତା ହାତୀ, ମାଈ ହାତୀ।  ଗ୍ରାମବାସୀ ହାତୀ ପଲକୁ ଘଉଡ଼ାଇବାରୁ ହାତୀପଲ ନିକଟବର୍ତ୍ତୀ ଜଙ୍ଗଲକୁ ଚାଲିଯାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଶତାୟୁ ଶିକ୍ଷକଙ୍କ ପରଲୋକ

କେନ୍ଦୁଝର: କେନ୍ଦୁଝର ସହରର ବରିଷ୍ଠ ସଂସ୍କୃତ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ଦେବତା (୧୦୦)ଙ୍କ ବୁଧବାର ସକାଳ ସାଢ଼େ ୮ଟାବେଳେ ପରଲୋକ ଘଟିଛି। ଖବର ପାଇ ଡିଏନ୍ ହାଇସ୍କୁଲ୍‌ ନିକଟ ଗ୍ରାମଶ୍ରୀ କଲୋନିସ୍ଥିତ ବାସଭବନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ତାଙ୍କ ଶେଷଦର୍ଶନ କରିଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...