କେନ୍ଦୁଝର: କେନ୍ଦୁଝର ମୁଖ୍ୟ ଡାକଘରେ ପାର୍ସପୋର୍ଟ ସେବାକେନ୍ଦ୍ର ଖୋଲାଯାଇଛି। ଗତ ୨୦ ଦିନ ହେବ ଏଠାରେ ସେବା ମିଳୁ ନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପ୍ରିଲ ୧ରୁ ସର୍ଭର କାମ କରୁ ନଥିବାରୁ ନୂତନ ପାସ୍‌ପୋର୍ଟ ତିଆରି ଓ ନବୀକରଣ ପାଇଁ ଆସୁଥିବା ଲୋକ ହଇରାଣ ହେଉଛନ୍ତି। ଫଳରେ ଲୋକେ ବିଦେଶ ଯାଇପାରୁ ନାହାନ୍ତି। କେନ୍ଦ୍ର ସରକାରଙ୍କ ବୈଦଶିକ ବ୍ୟାପର ବିଭାଗର ୱେବ୍‌ସାଇଟ୍‌ରେ ପାସ୍‌ପୋର୍ଟ ପାଇଁ ଆବେଦନ କରି ଫି ଦାଖଲ ପରେ ଆପ୍ଲିକେସନ ରିସିପ୍ଟ ମିଳିବା ସହ ତାରିଖ ଓ ସମୟ ମିଳୁଛି। ଏହାପରେ କେନ୍ଦୁଝର ମୁଖ୍ୟ ଡାକଘର ପରିସରରେ ଥିବା ପାସପୋର୍ଟ ସେବାକେନ୍ଦ୍ରକୁ ଲୋକେ ଆସୁଛନ୍ତି। ସର୍ଭର କାମ କରୁନଥିବାରୁ ନିରାଶ ହୋଇ ଫେରୁଛନ୍ତି। ସେହିପରି ୨୦ ଦିନ ହେବ ସର୍ଭର କାମ କରୁନଥିଲେ ମଧ୍ୟ ଆବେଦନକାରୀ ପୂର୍ବରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଉ ନଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଲୋକେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।