କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆର ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ଙ୍କୁ ଅସମ୍ମାନ କରାଯାଇଛି। ପ୍ରଚାରବେଳେ ହଟହଟା ହେଲେ ସନାତନ ମହାକୁଡ଼। ସନାତନଙ୍କୁ ଜୋତାମାଳ ପିନ୍ଧାଇଲେ ଗ୍ରାମବାସୀ। ଚମ୍ପୁଆ ନିର୍ବାଚନ ମଣ୍ଡଳୀର ମିରିଗିସିଂଘା ଗାଁ ଲୋକେ ସନା ମହାକୁଡ଼ଙ୍କୁ ଜୋତାମାଳ ପିନ୍ଧାଇବାର ଭିଡିଓ ଏବେ ସାମ୍ନାକୁ ଆସିଛି। ଗ୍ରାମବାସୀ ତାଙ୍କୁ ଖରାପ ବ୍ୟବହାର କରିବା ସହ ଗାଁକୁ ଆସିବାକୁ ବାରଣ କରିଛନ୍ତି। ସେ ନିଜର ପ୍ରତିଶ୍ରୁତି ପୂରଣ କରି ନଥିବା ହେତୁ ସନାଙ୍କୁ ଲୋକଙ୍କ ରୋଷର ଶିକାର ହେବାକୁ ପଡ଼ିଛି। ଲୋକେ ତାଙ୍କ ବେକରେ ଜୋତାମାଳ ପିନ୍ଧାଇଥିଲେ।
୨୦୨୪ ବିଧାନସଭା ନିର୍ବାଚନ ପାଇଁ ସନାତନ ମହାକୁଡଙ୍କୁ ଚମ୍ପୁଆରୁ ବିଧାୟକ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ। ଏହାକୁ ନେଇ ଗାଁକୁ ଗାଁ ବୁଲି ପ୍ରଚାର କରୁଛନ୍ତି ଏହି ବରିଷ୍ଠ ନେତା। ହେଲେ ଗତକାଲି ରାତିରେ ପ୍ରଚାରବେଳେ ଏଭଳି ହଟାହଟା ହେବାକୁ ପଡ଼ିଛି ତାଙ୍କୁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/sanatan-mahakud.jpg)