ହାଟଡିହି: ହାଟଡିହି ବ୍ଲକ୍ ସୋସୋ ଥାନା ଅଧୀନ ସୋସୋ ଗ୍ରାମରେ ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଗ୍ରାମର ମହିଳାମାନେ ଏନେଇ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା, ଗ୍ରାମର ସରୋଜ ନାୟକଙ୍କ ଘର ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ସମ୍ପୃକ୍ତ ବ୍ୟକ୍ତି ଘରକାମ ସମ୍ପୂର୍ଣ୍ଣ କରିବା ପାଇଁ ଲାଗିପଡ଼ିଛନ୍ତି। ଗାଁରେ ମଦ ଦୋକାନ ଖୋଲି ଗ୍ରାମ୍ୟ ପରିବେଶ ନଷ୍ଟ ହେବ। ମଦୁଆଙ୍କ ଉତ୍ପାତ ବଢ଼ିବ। ଏହି ରାସ୍ତାଦେଇ ସ୍କୁଲକଲେଜ ଛାତ୍ରଛାତ୍ରୀ ଯାତାୟାତ କରୁଥିବାରୁ ଏହାର କୁପ୍ରଭାବ ସେମାନଙ୍କ ଉପରେ ପଡ଼ିବ। ତେଣୁ ଏଠାରେ ମଦ ଦୋକାନ ନ ଖୋଲିବାକୁ ନିରୁପମା ନାୟକ, ଗୀତାଞ୍ଜଳି ଦାସ, ବର୍ଷାରାଣୀ ନାୟକ, ମେନକା ନାୟକ, ସ୍ୱର୍ଣ୍ଣପ୍ରଭା ରାଉତ, ସ୍ବର୍ଣ୍ଣଲତା ଦାସ, ରେଣୁବାଳା ନାୟକ, ଶକୁନ୍ତଳା ରଣା, ସବିତାରାଣୀ ସିଂ, ଶାନ୍ତିଲତା ମାଝୀ, ପଦ୍ମାବତୀ ନାୟକ, ସବିତ୍ରୀ ଦାସ, ବିଲସିନୀ ରାଉତ ପ୍ରମୁଖ ଦାବି କରିଛନ୍ତି।
ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରି ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ମହିଳା
/sambad/media/post_attachments/wp-content/uploads/2023/09/28ee9578-aaa6-4e96-b8c7-28786bf5c341.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)