ରାମଚନ୍ଦ୍ରପୁର : କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ଅଳତି ଗ୍ରାମର ଆମ୍ବ ପୋଖରୀ ହୁଡ଼ାରୁ ଏକ ବିଷାକ୍ତ ବିରଳ ଚନ୍ଦନବୋଡା ଉଦ୍ଧାର କରାଯାଇଛି। ପୋଖରୀରେ ଗାଧୋଉଥିବା କିଛି ଲୋକ ସାପଟିକୁ ଦେଖି ପାଟି କରିବାରୁ ଗାଁ ପିଲା ସାପଟିକୁ ଧରି ସ୍ଥାନୀୟ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ଜଙ୍ଗଲ ବିଭାଗ ପୋଚିଂ ସ୍ବାର୍ଡ ସୁରେଶ ମଲ୍ଲିକ ପହଞ୍ଚି ସାପଟିକୁ ନେଇ ଫରେଷ୍ଟଗାର୍ଡ ଅବିନାଶ ପରିଡାଙ୍କ ଉପସ୍ଥିତିରେ ବରାଙ୍ଗ ସଂରକ୍ଷିତ ଜଙ୍ଗଲରେ ଛାଡିଛନ୍ତି । ସାପଟିର ଲମ୍ବ ୪ ଫୁଟ ହୋଇଥିବା ବେଳେ ଓଜନ ୩ କିଲୋ ପାଖାପାଖି ହେବ।
ବିରଳ ଚନ୍ଦନବୋଡ଼ା ଉଦ୍ଧାର
/sambad/media/post_attachments/wp-content/uploads/2020/11/WhatsApp-Image-2020-11-27-at-19.52.42.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)