ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

କେନ୍ଦୁଝର: କେନ୍ଦୁଝର ସଦର ଥାନା ହଳଦିଆଗୁଣା ଗାଁ ପାଖ ଏକ ବିଲରୁ ଜଣେ ୫ ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି। ମୃତ ନାବାଳିକା ହେଉଛନ୍ତି ହଳଦିଆଗୁଣା ଗାଁର ରେଣ୍ଡ ମୁଣ୍ଡାଙ୍କ ଝିଅ ସୀତା ମୁଣ୍ଡା।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦ ତାରିଖ ସନ୍ଧ୍ୟାରେ ମୃତ ନାବାଳିକା ନିଜ ମାଆ ପାନ ମୁଣ୍ଡାଙ୍କ ସହ ଗାଁମୁଣ୍ଡରେ ହେଉଥିବା ଝୁମର ନାଚ ଦେଖିବାକୁ ଯାଇଥିଲା। ସେଠାରେ ନାଚ ଦେଖିଲା ବେଳେ ପାନଙ୍କ ପାଖରୁ ଝିଅ ସୀତା କୁଆଡ଼େ ଉଭାନ୍ ହୋଇଯାଇଥିଲା।  ବହୁ ଖୋଜାଖୋଜି ପରେ ବି ସେ ଝିଅକୁ ପାଇ ନଥିଲେ। ଆଜି ସକାଳେ ହଳଦିଆଗୁଣା ଗାଁର ଜେମାମଣିଙ୍କ ବିଲରେ ସୀତାର ମୃତଦେହ ଦେଖିବାକୁ ପାଇଥିଲେ ଗ୍ରାମବାସୀ। ସେମାନେ ପୁଲିସକୁ ଖବର ଦେଇଥିଲେ।

କେନ୍ଦୁଝର ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ଲାଗି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ନାବାଳିକାକୁ କେହି ହତ୍ୟା କରିଥିବାର ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର