ତେଲକୋଇ: କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳର ମଫସଲ ଗାଁର ଯୁବକ ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆକୁଳ ପଞ୍ଚାୟତ ଅନ୍ତର୍ଗତ ମଲଣ୍ଡା ଗ୍ରାମର ଜଗନ୍ନାଥ ନାୟକ ଓ ସଂଯୁକ୍ତା ନାୟକଙ୍କ ସାନ ପୁଅ ରିଙ୍କୁ ନାୟକ ୩୩୩ ତମ ସ୍ଥାନରେ ରହିଛନ୍ତି। ସମାଜରେ ସମାନତା, ଅକ୍ଷମ ଓ ଗରୀବଙ୍କ ସ୍ବାର୍ଥରକ୍ଷା ପାଇଁ କାମ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ସେ ତେଲକୋଇ ବ୍ଲକ ରାଇସୁଆଁ ପଞ୍ଚାୟତ ବିଜେଏନ ହାଇସ୍କୁଲରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଭୁବନେଶ୍ବରର ଏକ ଘରୋଇ କଲେଜରେ +୨ ବିଜ୍ଞାନ ପଢ଼ିବା ପରେ ଭୁବନେଶ୍ବରସ୍ଥିତ ଓୟୁଏଟିରେ ସ୍ନାତକୋତ୍ତର ଓ ଏମଏସସିରେ ଫରେଷ୍ଟ୍ରି ପଢିବା ସହିତ ଏବେ ଝାରସୁଗୁଡ଼ା ଶ୍ରମ ନିୟୋଜନ କାର୍ଯ୍ୟାଳୟରେ କନିଷ୍ଠ ଶ୍ରମ ନିୟୋଜନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି।
ଉପାନ୍ତ ମଫସଲରୁ ୩୩୩ ତମ ରାଙ୍କ୍ ରଖି ଓପିଏସ୍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ରିଙ୍କୁ ନାୟକ
କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳର ମଫସଲ ଗାଁର ଯୁବକ ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆକୁଳ ପଞ୍ଚାୟତ ଅନ୍ତର୍ଗତ ମଲଣ୍ଡା ଗ୍ରାମର ଜଗନ୍ନାଥ ନାୟକ ଓ ସଂଯୁକ୍ତା ନାୟକଙ୍କ ସାନ ପୁଅ ରିଙ୍କୁ ନାୟକ ୩୩୩ ତମ ସ୍ଥାନରେ ରହିଛନ୍ତି।
/sambad/media/media_files/2025/09/26/untitled-2025-09-26-20-15-50.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)