ରାସ୍ତା ଖରାପ: ପହଞ୍ଚିଲାନି ଆମ୍ବୁଲାନ୍ସ:ବାଇକ୍‌ରେ ୨ କିମି ଗଲେ ଗୁରୁତର ରୋଗୀ

ଢେଙ୍କିକୋଟ: ଉନ୍ନତିକରଣ କାର୍ଯ୍ୟ ଲାଗି କଂକ୍ରିଟ ରାସ୍ତାକୁ ଠିକାଦାର ଖୋଳି ଦେଇଥିବାରୁ ଗାଁରେ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି। ଶେଷରେ ଜଣେ ଗୁରୁତର ରୋଗୀଙ୍କୁ ଏକ ବାଇକ୍‌ରେ ୨ କିମି ଅଣାଯିବା ପରେ ସେଠାରୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଛି। ଏଭଳି ଘଟଣା ଘଟିଛି ଘଟଗାଁ ବ୍ଲକ ଗୟଳମୁଣ୍ଡା ଗାଁରେ। କୁଲାଡ଼େରା-ଗୟଳମୁଣ୍ଡା ରାସ୍ତାର ଉନ୍ନତିକରଣ କାମ ଚାଲିଛି। ଏଥିପାଇଁ ଠିକାଦାର କଂକ୍ରିଟ ରାସ୍ତାକୁ ଖୋଳି କାମ କରୁଛନ୍ତି।
ଗୟଳମୁଣ୍ଡାର ସ୍ୱର୍ଗତ ମାନ ଜୁଆଙ୍ଗ ପତ୍ନୀ ରଙ୍ଗଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିଲା। ହେଲେ ରାସ୍ତା ଖୋଳା ହୋଇଥିବାରୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରିନଥିଲା। ଗାଁର ଦୁଇ ଯୁବକ ଏକ ବାଇକ୍‌ରେ ରଙ୍ଗଙ୍କୁ ନେଇ ୨ କିମି ଯିବା ପରେ ସେଠାରୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଛି।

ସମ୍ବନ୍ଧିତ ଖବର