ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍ ବଡ଼ପଳାଶପାଳ ପଞ୍ଚାୟତର ଦୁର୍ଗମ କହ୍ନେଇଗୋଳା ଗ୍ରାମବାସୀ ମୁଶଳ ନାଳ ଭିତରେ ପଥର ପକାଇ ଅସ୍ଥାୟୀ ରାସ୍ତା ନିର୍ମାଣ କରିଛନ୍ତି। ଗତ ୬ ତାରିଖରେ ଗ୍ରାମର ଯୁବକମାନେ ଚାନ୍ଦ କରି ରାଣୀପଦାରୁ କହ୍ନେଇଗୋଳା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ମରାମତି କରିବା ସହ ଛୋଟଛୋଟ ୩ଟି କାଠପୋଲ ନିର୍ମାଣ କରିଥିଲେ।
ଗ୍ରାମର ଯୁବଗୋଷ୍ଠୀ ପୁଣି ଶ୍ରମଦାନ କରି ମୁଶଳ ନାଳ ଉପରେ ଅସ୍ଥାୟୀ ରାସ୍ତା ନିର୍ମାଣ କରିଛନ୍ତି। ତେବେ ଗ୍ରାମକୁ ଏକ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/013a5e50-c215-48f0-a1eb-f04729ba48b0.jpg)