କେନ୍ଦୁଝର : ଶୁକ୍ରବାର ସଂଧ୍ୟାରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ବାସୁଦେବପୁର ଛକ ନିକଟରୁ ଏକ କାର (ଓଆର-୦୨ବିଭି-୮୦୦୭)ରୁ ୫୦ ଲକ୍ଷ ଟଙ୍କା ଜବତ ଘଟଣାରେ ଅଟକ ଇଣ୍ଡସଇଣ୍ଡ୍ ବ୍ୟାଙ୍କ୍, ଯୋଡ଼ା ଶାଖା ମ୍ୟାନେଜର ମାନସ ରାଉତ, ସିକ୍ୟୁରିଟି ଗାର୍ଡ ଲକ୍ଷ୍ମଣ ପ୍ରଧାନ ଏବଂ କର୍ମଚାରୀ ସରୋଜ କୁମାର ବେହେରାଙ୍କୁ ଆଜି ସଦର ଥାନା ପୁଲିସ କୋର୍ଟଚାଲାଣ କରିଛି।ଏସ୍ଡିପିଓ ଶ୍ରୀହର୍ଷ ମିଶ୍ରଙ୍କ କହିବା ଅନୁଯାୟୀ, ବ୍ୟାଙ୍କ ମ୍ୟାନେଜର ନେଇଯାଉଥିବା ଟଙ୍କାର କୌଣସି କାଗଜପତ୍ର ନ ଥିଲା । ଏଣୁ ତାଙ୍କୁ ଗିରଫ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି। ଅପରପକ୍ଷରେ ବ୍ୟାଙ୍କ୍ ମ୍ୟାନେଜର୍ ଶ୍ରୀ ରାଉତ କହିଛନ୍ତି ଯେ, ବ୍ୟାଙ୍କ୍ ପକ୍ଷରୁ ଭଲ ଗ୍ରାହକଙ୍କୁ ସେମାନଙ୍କର ଘରେ ସେବା ପହଞ୍ଚାଇବାର ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ଅନୁଯାୟୀ ସନାତନ ମହାକୁଡ଼ଙ୍କ ନିକଟକୁ କାର୍ରେ ଟଙ୍କା ନେଉଥିଲି ବୋଲି ଶ୍ରୀ ରାଉତ ସଫେଇ ଦେଇଛନ୍ତି।
କାର୍ରୁ ୫୦ ଲକ୍ଷ ଟଙ୍କା ଜବତ୍ ଘଟଣା : ବ୍ୟାଙ୍କ ମ୍ୟାନେଜର୍ଙ୍କ ସହ ୩ ଗିରଫ
/sambad/media/post_attachments/wp-content/uploads/2018/01/ken.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)